STORYMIRROR

Biswanath Nayak

Abstract Tragedy Inspirational

4  

Biswanath Nayak

Abstract Tragedy Inspirational

ଜୀବନ ଦୀପ

ଜୀବନ ଦୀପ

1 min
184


ମଉଳିଲେ ଫୁଲ

ଝୁରେ ନାହିଁ ତରୁ

ଫୁଟେ ନିତି ନୂଆ ଫୁଲ,

ଉଜୁଡିଲେ ଚାଷ

ଝୁରେ ନାହିଁ ଚାଷୀ

ସଜାଏ ନୂଆ ଫସଲ। 


ବହିଗଲେ ଲୁହ

ଝୁରେନା ନୟନ

ଲଗାଏ ନୂଆ କଜଳ,

ବହିଗଲେ ପାଣି

ଝୁରେନା ତଟିନୀ

ଭେଟିଦିଏ ନୂଆ ଜଳ। 


ଝଡିଗଲେ ଫଳ

ଝୁରେନା ପାଦପ

ନୂଆ ଫଳ ଫଳି ହସେ,

ଭାଙ୍ଗିଗଲେ ନୀଡ

ଝୁରେନା ଚଢେଇ

ନୂଆ ନୀଡେ ପୁଣି ବସେ। 


ଚିରିଲେ ବସନ

ମଣିଷ ଝୁରେନା

ପିନ୍ଧେ ନୂଆ ପରିଧାନ,

ଶରୀର ଛାଡିଲେ

ଝୁରେ ନାହିଁ ଆତ୍ମା

ନୂଆ ଦେହେ କରେ ଧ୍ୟାନ। 


ଗଲା ଯିଏ ଯାଉ

ନ ଫେରିବ ଆଉ

ତା ପାଇଁ କିଆଁ ଶୋଚନା,

ଜୀବନ ଦୀପରେ

ଆଶାର ସଳିତା 

ସଦା ଜାଳ ଦୁଃଖ ବିନା। 



Rate this content
Log in

Similar oriya poem from Abstract