ଜୀବନ ଚକ୍ର
ଜୀବନ ଚକ୍ର
ଅତୀତ ପୃଷ୍ଠାକୁ ଖେଳାନ୍ତିନି କେହି
ଭବିଷ୍ୟତେ ରହି ବ୍ୟସ୍ତ
ଭବିଷ୍ୟତ ପୃଷ୍ଠା ମଧ୍ୟେ ରହିଥାଏ
ଅତୀତ ଅନ୍ତର୍ନିହିତ ।
ବର୍ତ୍ତମାନ ପାଠ ପଢନ୍ତି ସଭିଏଁ
ଭଲ ହେଉ ଅବା ମନ୍ଦ
ଅତୀତ ବି କେବେ ବର୍ତ୍ତମାନ ଥିଲା
ନ ଥିଲା ବି ବାଡ ବନ୍ଧ ।
ବର୍ତ୍ତମାନ ପାଇଁ ଅତୀତର ଥାଏ
ଅନୁଭୂତି କର୍ମରତ
ସେଥିରୁ ଶିକ୍ଷା ଯେ ନ ନେଲା ଜୀବନେ
ଭବିଷ୍ୟତ ଅନିଶ୍ଚିତ ।
ଅତୀତକୁ ଯିଏ ସାଇତି ରଖିଛି
ତା ଭବିଷ୍ୟତ ଉଜ୍ଜ୍ୱଳ
ବର୍ତ୍ତମାନ ପାଇଁ ପଥ ପ୍ରଦର୍ଶକ
ନିହତ କର୍ମର ବେଳ ।
ବର୍ତ୍ତମାନ ପାଇଁ କଷ୍ଟ ଭୋଗେ ଯିଏ
ଆଗକୁ ସାଇତେ ସୁଖ
ଏହିପରି ରୀତି ଜୀବନ ଚକ୍ରରେ
ଚାଲିଥାଏ ଅବିରତ ।
