STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଜୀବନ ଅସ୍ତିତ୍ୱ ତୁହି ମହାପ୍ରଭୁ

ଜୀବନ ଅସ୍ତିତ୍ୱ ତୁହି ମହାପ୍ରଭୁ

1 min
233


ଭାବଗ୍ରାହୀ ପ୍ରଭୁ ଭାବ ରଖିଥିବୁ


କ୍ଷଣେ ନ ଛାଡିବୁ ମତେ,


କରୁଣା ସାଗର କରୁଣା କରିବୁ


ଭକ୍ତି କରୁ ଥିବି ତତେ।୧।


ଦୟାନିଧି ପ୍ରଭୁ ଦୟା କରୁଥିବୁ


ସତ୍ୟଗାମୀ ହେଉ ପଥ,


ନିରାକାର ପ୍ରଭୁ ନୀଳା କରି ଦେବୁ


ନିସ୍ବାର୍ଥର କର୍ମ ପଥ।୨।


କୄପାସିନ୍ଧୁ ନାମ ବହିଛ ଆପଣ


କୄପା କରି ଦିଅ ମତେ,


ତବ ପଦେ ଭକ୍ତି ନିରନ୍ତର ରହୁ


ଆଶିର୍ବାଦ କର ମତେ।୩।


ବଡ଼ହିଁ ଠାକୁର ନାମ ଧରି ଅଛ


ଜଗନ୍ନାଥ ପ୍ରଭୁ ତୁହି,


କରୋନା ପ୍ରକପ ମାଡ଼ି ଆସୁଅଛି


ନୀରଗ କର ହେ ମହି।୪।


ନରସିଂହ ରୂପେ ଦାନବ ପ୍ରକପ


ଦୂର କଲ ମହାବାହୁ,


ମହାବାହୁ ରୂପେ ଆବିର୍ଭାବ ହୋଇ


ଦୁଃଖଦୂର କର ପ୍ରଭୁ।୫।


ଦେଶର ଶାସକ ଚିନ୍ତାରେ ଅଛନ୍ତି


ଚିନ୍ତାରେ ଅଛନ୍ତି ଜନ,


କି ହେବ କି ହେବ ଚିନ୍ତିତ ମନରେ


ସେବୁ ଛନ୍ତି ଜନ ଜନ।୬।


କରୋନାର ଟିକା ଲାଗୁ ଅଛି ଦେଶେ


ରୋଗରୁ ମୁକ୍ତିର ପାଇଁ,


ଦ୍ବିତୀୟ ଲହରୀ ଅତି ଭୟଙ୍କର


ଦୂର ହେଉ ଦେଶ ପାଇଁ।୭।


କରୋନା ଲହର ଅତିହିଁ ପ୍ରଖର


ଦୂର କର ମହାପ୍ରଭୁ,


ଚକାନୟନଟି ପଡ଼ି ଗଲେ ତୋର


ଦୁଃଖଦୂର ହେବ ପ୍ରଭୁ।୮।


ସମସ୍ତ ଦୁଖଃର ତାରକହେ ପ୍ରଭୁ


କରୁଣା କରହେ ଜନେ,


ଦିନରାତି ପ୍ରଭୁ ଡାକୁଛନ୍ତି ତତେ


ନୀରଗ କରହେ ଜନେ।୯।


ଭାବଗ୍ରାହୀ ପ୍ରଭୁ ଭାବ ରଖିଥିବୁ


କ୍ଷଣେ ନ ଛାଡିବୁ ମତେ,


କରୁଣା ସାଗର କରୁଣା କରିବୁ


ଭକ୍ତି କରୁ ଥିବି ତତେ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy