STORYMIRROR

Bijay Prusty

Romance

3  

Bijay Prusty

Romance

ଜୀବନ ଅନୁଭବ

ଜୀବନ ଅନୁଭବ

1 min
248


ଏବେବି ହଜିନି ଫୁଲରୁ ସୁରଭି

ହଜିନି ଆଲୋକ ଧାରା

ଏବେ ହଜିନି ଶୀତଳ ଜ୍ୟୋତ୍ସ୍ନା

ହଜିନାହିଁ ଟାଣଖରା

କୋଇଲି କଣ୍ଠରୁ ଏବେବି ଶୁଭୁଛି

ଶୃତି ମଧୁର କୁହୁ

ଏବେବି ମଧୁପ ଫୁଲ ଫୁଲ ବୁଲି 

ସଂଗ୍ରହ କରେ ମହୁ

ପୃଥିବୀର ଗତି ସ୍ଥିର ହେଇନାହିଁ

ହଜିନାହିଁ ଜୀବସତ୍ତା

ଏବେବି ବଞ୍ଚିଛି ମଣିଷ ଅନ୍ତରେ

ପ୍ରୀତିଭରା ଆତ୍ମୀୟତା

କିଛିବି ସରିନି ସରିଯିବ ନାହିଁ

ହେବନାହିଁ କିଛି ଇତି

ଥିଲା, ଅଛି ଆଉ ରହିଥିବ ସଦା

ଜୀବନର ଅବସ୍ଥିତି

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance