STORYMIRROR

Chandrakanta Jena

Romance

3  

Chandrakanta Jena

Romance

ଝୁରି ହୁଏ

ଝୁରି ହୁଏ

1 min
222

ଲକ୍ଷ୍ୟ ତ ନଥିଲା ଜଣା ମତେ,ରାସ୍ତା ଥିଲା ଲମ୍ବା

ତଥାପି ଚାଲୁଥିଲି ଏକାଗ୍ରତା ହୋଇ

କାଳେ ସେ ଲକ୍ଷ୍ୟ ମୋର ଆସିଯିବ ପାଶେ

କାଳେ ମୁଁ ପହଞ୍ଚିଯିବି ସେ ଲକ୍ଷ୍ୟ ପାଖରେ  !


ପାଦରେ ପାଦ ମିଶାଇ ଚାଲୁଥିଲି ଏଇ ଦୁନିଆ ସାଥିରେ

ହାରିବାର ଡର ନଥିଲା କି,

ଜିତିବାର ନଥିଲା ଉତ୍ସାହ,

ବଞ୍ଚିବାକୁ ଚାହୁଁଥିଲି ମୁଁ ଶାନ୍ତିରେ  !


ମନେ ଥିଲା କେତେ ଆଶା,କେତେ ଯେ ପାସୋରି ଦେଲିଣି

ବିତେ ମୋର ରାତିଦିନ ଆହୁରି କେତେ ଆଶା ନେଇ

କେମିତି କହିବି ଖୋଲି ମୋ ମନ କଥାକୁ

ଡର ଲାଗେ କାଳେ ରାଗିଯିବ ମୋର ଭବିଷ୍ୟତ

ଆଉ ରୁଷିଯିବ ମୋର ବର୍ତ୍ତମାନ

ସେଥିପାଇଁ ଓଠ ମୋର ରହିଛି ନିରବ  !


ମନ ମୋର କ୍ଳାନ୍ତ ଏବେ ଯୌବନ ପାଦ ଦେଶେ

ଆଉ ଝୁରି ହୁଏ ସେଇ ଶୈଶବ କୁ

ଯାହାକୁ ଭସେଇ ଦେଇଛି ସମୟ ସ୍ରୋତରେ

ଯାହାକୁ ଭସେଇ ଦେଇଛି ସମୟ ସ୍ରୋତରେ  !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance