STORYMIRROR

pratap nayak

Classics

2  

pratap nayak

Classics

ଝୁରେ ଗୋପପୁର

ଝୁରେ ଗୋପପୁର

1 min
13K


କହ୍ନେଇ ଯାଇଛି ମଥୁରା ପୁରକୁ

ଦିଖିବାକୁ ମାମୁଁ ରଂଗସଭା

ଛଟିକି ମନ୍ଥରା ଚୋରେଇ ନେଇଛି

ଫେରିବାର ସବୁ ବାଟ ତା ରୁପ ଲାବଣ୍ୟରେ

କାହ୍ନୁ ଧରୁନାହିଁ ଗୋପପୁର ନାଁ....


ଯାଆରେ ମଧୁପ କହିବୁ କହ୍ନେଇ

ଫୁଟୁନାହିଁ ଯାତି ଯାତି ଫୁଲ

ତୁ ଗଲାପରେ

ତୁ ଦେଇଥିବା ବଉଳମାଳଟା

ମୋ ଗଭାରୁ ଶୁଖି.... ବସିଲାଣି ଝଡିବାକୁ

ତୋ ବଂଶୀସ୍ୱନ କାନେ ବାଜୁନାହିଁ

ଅଭିମାନେ ଗୀର ଫାଟିଲାଣି

ତୁ କେଳି କରୁନାହୁଁ କଦମ୍ବ ମୂଳରେ

ଯମୁନା କୂଳରେ

ଲାଜେ ଶୁଖିଲାଣି ଯୁମୁନା

ରାଗେ କଦମ୍ବ ନଫୁଟି ଝଡିଲାଣି ପତ୍ର

ବାୟାଣୀ ହେଲାଣି ରାଧା ଝୁରି ଝୁରି

ଛିଣ୍ଡା ଲୁଗା ପିନ୍ଧି ବୁଲେ ଗୋପଦାଣ୍ଡେ....


ଫେରିବ ସେ କେବେ ବୁଝି ଆସେରେ ମଧୁପ

ଝୁରୁଛି ଲବଣୀ ସର

ଝୁରୁ ଆମେ ଗୋପବାଳା

ଝୁରେ ତାର ରାଈ

ଝୁରୁଛି କଦମ୍ବ ....ଯମୁନା

ଝୁରେ ତାର ଗୋରୁପଲ

ପୁଣି ସଖା ସୁଦାମା ଗଉଡ

ଝୁରୁଛି ତା ଗିରି ଗୋବର୍ଧନ

ଝୁରି ଝୁରି ମୁକ ପୁଣି ତାର ପ୍ରାଣମୟୀ ମା

ବାତ୍ସଲ୍ୟ ରଗଂରେ ରଂଗେଇ ନିଜକୁ

ହେଲାଣି ସେ ଯଶୋଦା ବାୟାଣୀ


ନଦେଲୁ ନାହିଁ କିଛି ଫେରି ଆ ରେ କାହ୍ନୁ

ଝୁରି ନମରୁ ଏ,ଗାଁ

ଫୁଟୁ ଯାତି ଯାତି ଫୁଲ

ଏ ଗୋପ କଟକେ......


ପ୍ରତାପ ନାୟକ

୭୦୦୮୦୫୪୨୮୨



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics