ଝୁମୁରି ପାଗଳୀ
ଝୁମୁରି ପାଗଳୀ
ଗାଆଁ ମନ୍ଦିରର ପଛପଟେ ରହେ
ହତଭାଗିନୀ ମାଁ ଟିଏ,
ସଭିିିଏଁ କହନ୍ତି ଝୁୁୁମୁୁୁରି ପାଗଳୀ
ଏଣୁ ତେଣୁ ଭାବୁଥାଏ ।
ଜୀବନ କାହାଣୀ ତା' ରୋମାଞ୍ଚଭରା
ଶୁଣିଲେ ଥରଇ ଦେହ,
ଦୁଃଖଭରା ତା'ର କାହାଣୀ ଶୁଣିଲେ
ଆଖିରେ ଆସଇ ଲୁହ ।
ପୁଅଝିଅ ଦୁଇ,ସ୍ୱାମୀଙ୍କୁ ନେଇ ତା'
ସୁଖୀ ସଂସାରଟେ ଥିଲା,
ହସ ଖୁସିରେ ତା' ପରିିବାର ଥିଲା
ସୁଖେ ଦିିିନ ଯାଉଥିଲା ।
ହଠାତ ଆସିଲା ତା' ସୁୁନା ସଂସାରେ
ଅଦିିିନ ଝଡଟେ ମାଡ଼ି,
ଦୁଃଖର ଝଡ ତା' ଦମ୍ଭ ଭାଙ୍ଗିଦେଲା
ସଂସାର ଦେଲା ଉଜାଡି ।
ଦୁର୍ଘଟଣା ଘଟି ତା'ର ସ୍ୱାମୀଙ୍କର
ଜୀବନଟା ଚାଲିଗଲା,
ଏତିିିକିିିରେ ତା'ର ଦୁଃଖ ସରିଲାନି
ବିପଦ ମାଡି ଆସିଲା ।
ତା'ର ଦୁୁୁଇଛୁଆ ନିଖୋଜ ହେଇକି
କେଉଁଆଡେ ଚାଲି ଗଲେ,
ବିଚରା ମାଆଁ ଟି ଖୋଜି ପାଇଲାନି
କେଉଁଠି ଯାଇ ରହିଲେ ।
ଛୁଆଙ୍କର କଥା ଭାବି ଭାବିି ସିଏ
ସ୍ମୃତି ଶକ୍ତି ହରାଇଲା,
ସେଇ ଦିନ ଠାରୁ ଏଣେ ତେଣେ ହୋଇ
ପାଗଳ ହୋଇ ବୁଲିଲା ।
କାହାର ଛୁଆଙ୍କୁ ଦେଖିଲ ମାତ୍ରକେ
ନିଜ ଛୁଆ ବୋଲି କହେ,
ଆଖରୁ ତାହାର ଲୁହ ଚାଲିଆସେ
କାନ୍ଦି ଉଠେ ସିଏ ବହେ ।
ୟାଠୁ ତାଠୁ ସିଏ ମାଗି ମାଗି ଖାଏ
ନ ହେଲେ ଉପାସେ ଶୋଏ,
ନିଜ ଘରକୁ ସେ ଫେରେ ନାହିଁ କେବେ
ମନ୍ଦିର ପାର୍ଶ୍ବରେ ଥାଏ ।
ବେଳେ ବେଳେ ସିଏ ଉପରକୁ ଦେଖି
ଗୁଣୁଗୁଣୁ ହେଉଥାଏ,
ଛୁଆଙ୍କୁ ତାହାର ଖୋଜି ବାକୁ ବୋଧେ
ଈଶ୍ବରଙ୍କୁ କହିଥାଏ ।
