STORYMIRROR

Upendra prasad Mahala

Inspirational Others

3  

Upendra prasad Mahala

Inspirational Others

ଝଡ଼ର ଡେଣା

ଝଡ଼ର ଡେଣା

1 min
211



ମୁଁ ଝଡ଼ର ଇଗଲ 
ତୁମେ ଜୀବନ ବୀଣାର 
କୋମଳ ଗାନ୍ଧାର।
ମୁଁ ଧୂସର ସନ୍ଧ୍ୟାର ଛାଇ
ତୁମେ ସ୍ବର୍ଣ୍ଣିମ ଦିଗବଳୟ।

ତୁମେ ସୃଷ୍ଟିର ମଧୁଛନ୍ଦା 
ନୂଆ ଅ।ଶାର ଆଲୋକ
ସୁନେଲି ଖରାର ଗୀତ।
ଜ୍ୟୋତ୍ସ୍ନାଧୌତ ଲାବଣ୍ୟର 
ଭରା ନଈ !
ଆସୁ ଯେତେ ଝଡ଼ର କ୍ଷତ 
ଧୋଇଦେଇପାର ତୁମ
ପ୍ରେମର ବନ୍ୟାରେ ।

ମାଟି ଓ ଆକାଶ ଦୁଇ
ସମାନାନ୍ତର  
ଅନନ୍ତ ପ୍ରେମ ରେଖା 
କେଉଠି ମିଶି ନାହାନ୍ତି କେହି।
ବହିଗଲାଣି କଳ୍ପାନ୍ତର କାଳ ।

ଜାଣେ ମୁଁ ଜାଣେ
ତୁମେ ସୃଜନ୍ମୟୀ ମାଟି !
ମୁଁ ଉନ୍ମତ୍ତ ଅ।କାଶର ଛାଇ ।
ତୁମେ ଅମୃତମୟୀ ଧାରା
ମୁଁ ଝଡ଼ ରାତିର ଡେଣା।
ତୁମେ ଶାଶ୍ବତ ସୃଷ୍ଟିର ଆରମ୍ଭ
ମୁଁ ପ୍ରଳୟର ଶେଷଦିନ !!

ଝଡର ଇଗଲ ମୁଁ 
ଧ୍ବଂସର ବାର୍ତ୍ତାବାହକ
ମୃତ ଉପତ୍ୟକାର ରୂପକାର।
ଅନନ୍ତ ସମୟଚକ୍ରରେ ଘୂରି
ରଚିଛି ଧ୍ବଂସଲୀଳା, ଉଜାଡିଛି
ଉଦ୍ଧତ ଅବକ୍ଷୟୀ ସଂସାର।
ବିଦାରିଛି ନଖରେ ଭୂଇଁ ।
ଧ୍ବସ୍ତସ୍ତୂପ ଉପରେ ବସି
ଦେଖିଛି ନର୍କ ଓ ସ୍ବର୍ଗର ଦ୍ବାର
ଅଦୃଶ୍ୟ ଈଶ୍ବରଙ୍କ ତାଣ୍ଡବ 
ପ୍ରକୃତିର ଧ୍ବଂସ ଓ ସୃଜନଲୀଳା।
ହାତ ବଢାଇ ତୁମକୁ ଛୁଇଁବାକୁ 
ଚାହିଁଛି ଯେତେଥର, ଭେଟିଛି 
ମୃତ୍ୟୁକୁ ବାରମ୍ବାର।
ଭାଂଗି ପଡିଛି ମୋ ଡେଣା
ତୁମ ଲାବଣ୍ୟର 
ଉଛୁଳା ନଈରେ !!


*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational