STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଝରକାର ଆରପାଖେ

ଝରକାର ଆରପାଖେ

1 min
267

ଥିଲା ହିଁ ସୁନ୍ଦର ପୁଷ୍ପର ଉଦ୍ୟାନ

  ଝାରକାର ଆରପାଖେ,

ବିଭିନ୍ନ ପ୍ରକାର ଫୁଲରେ ସଜ୍ଜିତ

 ଦିଶୁଥିଲା ଚାରି ପାଖେ।


ଯୁଇ ଯାଇ ମଲି ଫୁଲରେ ଭୂଷିତ 

  ଗୋଲାପ ପୁଷ୍ପ ଭି ତହିଁ,

ଗେଣ୍ଡୁ ଫୁଲ ତହିଁ ଦିଶୁଛି ସୁନ୍ଦର

  ପଟାନ୍ତର ତାର କାହିଁ।


ସୁଗନ୍ଧିତ ବାୟୁ ବହୁ ଅଛି ଧୀରେ

  ମହୁ ଅଛି ଜନମନ,

ଭ୍ରମର ଭ୍ରମୁଛି ଫୁଲ ଡାଳେ ଡାଳେ

  ଶୁଭେ ମହୁ ମାଛି ଗାନ।


ପ୍ରଜାପତି ଭ୍ରମେ ଏ ଡାଳୁ ସେ ଡାଳ

  ଶୁଭେ କୋଇଲିର ସ୍ବନ୍ନ,

କାକ ପକ୍ଷୀ ପୁଣି ରାବ୍ ଦେଉ ଥାଏ

  କାଉ କାଉ ତାର ସ୍ବନ ।


ଦିଶୁଛି ଉଦ୍ୟାନ ଅତି ହିଁ ଅପୂର୍ବ

  ଦୃଶ୍ୟ ମନ ମହୁ ଥାଏ 

ଝରକା ପାଖକୁ ଦେଖୁ ଥାଏ ମୁହିଁ

  ମନ ପ୍ରଫୁଲ୍ଲିତ ହୁଏ।


ଉଦବେଗ ହୁଏ ବର୍ଣ୍ଣିବାକୁ ଦୃଶ

  ମନ ମହୁ ଥାଏ ହୃଦେ,

ସୁଗନ୍ଧିତ ବାଯୁ ବହି ଆସୁ ଥାଏ

  ପକ୍ଷୀ ରାବ୍ ଶୁଭେ ହୃଦେ।


ଉଦ୍ୟାନ ପୁରିଛି ଜନ ଗହଳିରେ

  ବଲୁଛନ୍ତି ବସିଛନ୍ତି,

ଗାଆନ୍ତି ସଙ୍ଗୀତ ମନ୍ତ୍ର ମୁଗ୍ଧ ହୋଇ

  ମନେ ଖୁସି ଆଣୁଛନ୍ତି।


ଯୁବାଯୁବତୀଙ୍କ ଆନନ୍ଦର ସ୍ଥଳୀ

  ଏକତ୍ରିତ ଉଦ୍ୟାନରେ,

ଚହଳଗହଳ ଉଦ୍ୟାନ ଭୂମିରେ

 ଦେଖୁ ଥାଏ ତା ନେତ୍ରରେ।


ମହୁ ଥାଏ ଦୃଶ୍ୟ ମନେ ଉତ୍ସାହିତ

  ମନପ୍ରାଣ ପ୍ରଫୁଲ୍ଲିତ

ବର୍ଣ୍ଣୁ ଥାଏ ମୁହିଁ କଳମ ମୁନରେ

  ହେଉ ଥାଏ ଆନନ୍ଦିତ।

   

ଶୀତ ଋତୁ ପୁଣି ଶୀତର ତାଣ୍ଡବ

  ଦିଶୁ ଅଛି ଉଦ୍ୟାନରେ,

ଗରମ ପୋଷାକ ଧାରଣ ଟି ଜନେ

  ଖରା ପଡୁ ଥାଏ ଧୀରେ।


କୁହୁଡ଼ି ପଡ଼ିଛି ସକାଳର କାଳେ

  ସୁନ୍ଦରଟି ଦୃଶ୍ୟମାନ,

ଉଦ୍ୟାନ ଦିଶୁଛି ଜଳେ ସରୋବର

  ମହୁଥାଏ ଜନମନ।


ଅନୁପମା ଦୃଶ୍ୟ ମନୋରମ ଛଟ୍ଟା

  ଝରକାର ଆରପାଖେ,

ସୂର୍ଯ୍ୟଙ୍କ କୀରଣ ପଡେ ଧୀରେ ଧୀରେ

  ଟାଣେ ମନ ଆରପାଖେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational