STORYMIRROR

Sangita Mishra Satapathy

Inspirational

4  

Sangita Mishra Satapathy

Inspirational

ଝରକାର ଆରପାଖେ ଜୀବନ

ଝରକାର ଆରପାଖେ ଜୀବନ

1 min
348

କାଗଜମୁଖା ମୁଁ କାଗଜମୁଖା 

ରଙ୍ଗ ବେରଙ୍ଗରେ ମୁଁ ସଜ୍ଜିତା

କାଗଜ କପଡା ଅଠାକୁ ନେଇ

ଶିଳ୍ପୀ ତ ମୋତେ ଗଢି ଦିଅଇ।


ବାଘ ଭାଲୁ ସିଂହ ହାତୀର ମୁଖା

ଶୁଆ ପାରା ବଗ କୋଇଲି ମୁଖା

ପଶୁପକ୍ଷୀ ପରିଚୟ ହୁଅଇ 

ଜୀବେ ଦୟା ଭାବ ହୁଏ ତିଆରି। 


ଦେବାଦେବୀ ଆଉ ଅସୁର ମୁଖା 

ପୋଥି ପୁରାଣର କହଇ କଥା

ମେଳଣ ଯାତରେ ମୁଖା ପସରା

କଣ୍ଢେଇ ନାଚ ବି ଅପାସୋରା।


ଗ୍ରାମୀଣ ମହିଳା କୁଶଳୀ ଶିଳ୍ପୀ

କଳା ନିପୂଣତା ସୃଜନୀଶକ୍ତି

ମୋ ଯୋଗୁଁ ପରା ହୁଏ ପ୍ରମାଣ

ଆତ୍ମନିର୍ଭର ଗ୍ରାମ ମହିଳାଗଣ

ରୋଜଗାର କରୁଥିଲେ ମୋ ପାଇଁ।


କାଳଗର୍ଭେ ଲୁପ୍ତ ପଥରେ ମୁହିଁ 

ଝରକା ଆରପାଖେ ଜୀବିକା ଅଛି

ଏଇ ପାଖେ ଜୀବନ ବନ୍ଧା ପଡିଛି 

ବିଶ୍ୱାସେ ଜୀଇଁଛି ଜୀଇଁବି ମୁହିଁ 

ଅମା ଅନ୍ଧକାର ରାତି ପାହିବ

ଜୀବନେ ନୂତନ ସୂର୍ଯ୍ୟ ଉଇଁବ

ଝରକା ସେ ପାଖୁ ପର୍ଦ୍ଦା ହଟିବ

ଦେଶେ ଦେଶେ କୃତୀ ଆଦୃତ ହେବ। 



Rate this content
Log in

Similar oriya poem from Inspirational