STORYMIRROR

SARATA KUMAR DAS

Romance

3  

SARATA KUMAR DAS

Romance

ଝରା ଶ୍ରାବଣରେ ପ୍ରିୟା ତୁମେ

ଝରା ଶ୍ରାବଣରେ ପ୍ରିୟା ତୁମେ

1 min
14K



ଝରା ଶ୍ରାବଣ ରେ ଆସ ତୁମେ ଥରେ

ମାଟିର ମହକ ଧରି

ଝରା ଶେଫାଳୀ ଗୋ ଝରାଅ ନା ତମେ

ଆଖି ରୁ ଲୋତକ ବାରି ।।


କେବେ ତୁମେ ଝର କଳକଳ ହୋଇ

କେବେ ଶୁଷ୍କ ମରୁଭୂଇଁ

ମୋ ଜୀବନ ପଥେ ସାଥୀଟିଏ ତମେ

ଭରା ଯୌବନା ନଈ ।।


କେବେ ବରଷାର ମଧୁର ଗୁଂଜନ

କେବେ ବଇଶାଖୀ ତାତି

ଶୀତୁଆ ସଂଜର ମୃଦୁ ସମୀରଣ

କେବେ ତୁମେ ଜହ୍ନ ରାତି ।।


ଚାଲିରୁ ତୁମର ଝରିପଡେ କେବେ

ଫଗୁଣର ଫୁଲ ଝରା

କେବେ ମୌନବତୀ ଅଳସୀ ବାସନ୍ତୀ

କେବେ ତୁମେ ମୋତି ହୀରା ।।


ହସି ଦେଲେ ତୁମେ ଜହ୍ନ ଲୁଚିଯାଏ

ପ୍ରୀତି ର ମହ୍ଲାର ଝରେ

ମଧୁ ବସନ୍ତ ରେ ମଧୁର ଲଗ୍ନରେ

ଆଖିରେ ସପନ ଘାରେ ।।


ମେଘ ହୋଇ କେବେ ଛୁଇଁ ଯିବ ଯେବେ

ମୋ ମନର ବେଳାଭୂଇଁ

ପଲ୍ଲବିତ ହେବ ଜୀବନ ପାଦପ

ଫୁଟୁଥିବ ନୀଳକଇଁ ।।


ଆକାଶ ଛାତିରୁ ଝରୁଛି ଶ୍ରାବଣ

ବେଶି ମନେ ପଡ ତୁମେ

ଦୂରେ ଚାଲିଗଲେ କଳାମେଘ ଢାଙ୍କେ

ମନ ମୋର ଝୁମେ ଭ୍ରମେ ।।

ପ୍ରିୟା ! ଥରେ ଆସ ଶ୍ରାବଣ ରାତିରେ

ଭିଜି ଭିଜି ବରଷାରେ

ପାଦର ନିକ୍ବଣେ ଝରୁଥିବ ମହୁ

ଭିଜୁଥିବି ପ୍ରେମ ଧାରେ ।।

------------------

ଅଧ୍ୟାପକ ଶରତ କୁମାର ଦାସ

ରାଜନୀତି ବିଜ୍ଞାନ ବିଭାଗ,

ବଡବିଲ ମହାବିଦ୍ୟାଳୟ,ବଡବିଲ

ଜି-କେନ୍ଦୁଝର-758035

ଦୂରଭାଷ-9438243149


Rate this content
Log in

Similar oriya poem from Romance