Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଝରା ଶ୍ରାବଣରେ ଚାଷୀ ମନ

ଝରା ଶ୍ରାବଣରେ ଚାଷୀ ମନ

1 min
213



ବହୁ ପ୍ରତିକ୍ଷିତ  ବରଷା ଆଗତ

ବାରିଧାରା ଶ୍ରାବଣର 

ଆଗ୍ରହ ଚାଷୀର ଚାଷ ଫସଲର

କ୍ଷେତ କରେ ପ୍ରସ୍ତୁତିର ll


ମୌସୁମୀ ଭରଷା ଚାତକରେ ଚଷା

ଆନନ୍ଦିତ ଦେଖି ବର୍ଷା

କରେ ବେଉଷଣ  ବିହନ ବୁଣିଣ

ଜଳ ପାଇ ବଢେ ଆଶା ll


ଚାଷେ ଦେଇ ମନ ପ୍ରଫୁଲ୍ଲିତ ଜାଣ

ଅଧିକ ଅମଳ ପାଇଁ

ଶ୍ରାବଣୀ ଧାରାରେ ଶାଗୁଆ ରଙ୍ଗରେ

ହସଇ ଫସଲ ଭୂଇଁ ll


ରିମ ଝିମ ରିମ ବର୍ଷା ରିମ ଝିମ

ଶବ୍ଦରେ ନଭରୁ ଝରେ

ଝର ଝର ହୋଇ କଳ କଳ ହୋଇ

ପାଣିଯେ ବହେ ସ୍ରୋତରେ ll


ହୋଇ ତରତର  ନ କରି ଉଛୁର

ପାଣି କାଦୁଅରେ ପଶି

କୃଷି କାର୍ଯ୍ୟ କରେ ଥଣ୍ଡା ବରଷାରେ

ମନରେ ଗୀତକୁ ଘୋଷି ll


ଶ୍ରାବଣୀର ଧାରା ହେଲେ ପ୍ରୀତିଭରା

କୃଷକ ଆନନ୍ଦେ ଖୁସି

ଶ୍ରାବଣ ମାସରେ ଖରା ନିଦାଘର

ଚିନ୍ତାରେ ପଡେଇ ବସି ll


ବନ୍ଧୁ ଜଗତର  ଚଷା ପ୍ରଂଶସାର

ଯୋଗାଏ ସେହି ଆହାର 

ଆଶା ଭରଷାରେ ଶ୍ରାବଣୀ କୃପାରେ

ଫସଲ କରଇ ତାର ll


ହେଲେ ଭଲ ବର୍ଷା ହୁଏ ପୂର୍ଣ୍ଣ ଆଶା

ଚଷା ମନ ଆନନ୍ଦିତ

ବରଷକୁ ଥରେ ଚାଷଯେ କରଇ

ଶ୍ରାବଣୀ ପାଦେ ଆଶ୍ରିତ ll



Rate this content
Log in

Similar oriya poem from Classics