STORYMIRROR

Dr Simant Kumar Nanda

Classics

3  

Dr Simant Kumar Nanda

Classics

ଗାଁ କଥା ସବୁ ଭୁଲିଗଲି

ଗାଁ କଥା ସବୁ ଭୁଲିଗଲି

1 min
292


ଗାଁ କଥା ମୋର ଯମା ମନେ ନାହିଁ

କେତେ ବର୍ଷ ହେଲାଣି।

ମୁଁ ଯେବେ ଗାଁ ଛାଡ଼ିଥିଲି।


ଆମ ଚାଳ ଘରଟା ଦିଶୁଛି, ମୋ ଆଖିକୁ

ଝାପ୍ ସା ଝାପ୍ ସ।

ଟୁଙ୍ଗୀ ଘରଟା ରେ ତାଲା ପଡ଼ିଥିଲା ମୁଁ ଆସିବା ବେଳେ,

ଭାଗଧାନ, ରଖିଥିଲେ ବାପା।


ବଇଆ ପଣ୍ଡାଙ୍କ ଘର ଛପର ଉଡ଼ିଯାଇଥିଲା,

ବତାସ ରେ

ମୁଁ ଦେଖିଥିଲି,ଆସିଲା ବେଳେ,

ତାଙ୍କ ବୁଢ଼ୀ ଦୁଆରେ ବସିଥିଲା,

ହୁରାଳି ଛାଡ଼ୁ ଥିଲା।


ଚୈତନ୍ୟ ମାଷ୍ଟର ଙ୍କ କୁକୁର ଟାର ଯାଦୁ, ହୋଇଥିଲା

ଅସଜ ଜାଗାରେ,

ସେ ବାଲି ରେ ଗଡୁଥିଲା।


ଗାଁ ପିଲେ ଧାଉଁଥିଲେ, ଦାଣ୍ଡରେ

ଆଗକୁ ପୁନେଇ ଥିଲା,

ଦୋଳ ପୁନେଇ


ଆଉ କିଛି ମନେ ପଡୁ ନାହିଁ ମୋର,

ଯାହା ସବୁ ରହିଗଲା,

ସ୍ମୃତି ର ଆର ପାଖରେ।


ବୋଉ ମୋର ଦୁଆରେ ଠିଆ ହୋଇଥିଲା,ନାକୀ ଓଢ଼ଣା ଦେଇ,

ଆମ ବିନି, ତା କାନି କି ଧରିଥିଲା

ଫୁଙ୍ଗୁଳା ଛାତିରେ।


ସାହି ର ଏକେଣା ଘରେ,

ଭଡ଼ାରେ ରହୁଥିଲେ ରଘୁବାବୁ କମ୍ପାଉଣ୍ଡର।

ଅବିର ଖେଳିବି ବୋଲି, କହିଥିଲି ମୁଁ,

ତାଙ୍କ ଉପର ମଝିଆ ଝିଅ ନଳିନୀ ସାଥିରେ।

କଣେଇଁ କି ଚାହିଁଲି, ତାଙ୍କ ଘର ଆଡେ,

ସିଏ ତ ନଥିଲା, ମୁଁ

 ଆସିବା ବେଳେ ।


ପୋଖରୀ ପାଖ ବରଗଛ ବାଟେ ମୁଁ ଆସିଲି,

ଅଗାଧୁ ନନା, ସନ୍ଧ୍ୟା କରୁଥିଲେ,

ଜୁହାର ହେଲି, କିଛିତ କହି ନ ଥିଲେ।

ସିଏ ସେତେବେଳେ।


ପାହାଡ଼ ତଳ ବୁଢ଼ୀ ଠାକୁରାଣୀ ପାଖକୁ ଗଲି,

ସହର ଯାଉଛି କହିଲି,

ଫୁଲଟିଏ ସାଙ୍ଗରେ ନେଲି,

ଗଲିଯେ ଗଲି, ଗାଁ କଥା ସବୁ ଭୁଲିଗଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics