STORYMIRROR

Satyabati Swain

Classics

3  

Satyabati Swain

Classics

ଅଳିକ ସଂସାର

ଅଳିକ ସଂସାର

1 min
117


ଆଖି ଲୋଡିଲାଣି ଚଷମା ମୋର

ପଢି ହେଉ ନାହିଁ ଆଉ ଅକ୍ଷର

ଦୂର ଜିନିଷ ବି ଭଲ ଦିଶୁନି

ମିତ ଲୋ

ମୋତେ ବା ଚାଳିଶି ଟପିଲାଣି।


ଯଉବନ ଲାଞ୍ଚ ଦେଇ କୈଶୋର

ଛଡାଇ ନେଲା କିଏ ସେ ଯାଦୁଗର

ଯୌବନ ନେଇ ସେ ପୌଢ଼ତ୍ୱ ଦିଏ

ମିତ ଲୋ

ଦଉଡ଼ି ଦଉଡ଼ି ନୟାନ୍ତ ହୁଏ ।


ଗୋଟେ ଗୋଟେ ଚୁଟି ପାଚି ଗଲାଣି

ଆଖି ତଳ କଳା ପଡି ଆସିଲାଣି

ମଧ୍ୟାହ୍ନ ଯାଇ ଅପରାହ୍ନ ଆସିବାକୁ

ମିତ ଲୋ

ଅଳିତା ଲଗାଇ ସଜବାଜ ହେଲାଣି ।


ଅପରାହ୍ନ ଯାଇ ଆସି ଯିବ ସଞ୍ଜ

ଦୋହଲି ଯିଵ ବୟସ ବଡ଼ିମା ମଞ୍ଜ

ପରେମେଶ୍ୱରଙ୍କର ଅଦ୍ଭୁତ ଖେଳ

ମିତ ଲୋ

ମିଛ ମାୟାର ଏ ଅଳିକ ସଂସାର।


ଆସିଥିଲି ଏକା ଯିବା ଦିନେ ଏକା

କିଏ ହେବ କହ ମଶାଣୀ ସଖା

ମୋର ମୋର ହୋଇ ଗଲା ସମୟ 

ମିତ ଲୋ

ଦିବ୍ୟ ଚେତନା ନ ହେଲେ ଉଦୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics