STORYMIRROR

Prasanna kumar sahu

Classics

3  

Prasanna kumar sahu

Classics

ଏ ରାଇଜ ତାକ୍ତର

ଏ ରାଇଜ ତାକ୍ତର

1 min
211


ମୁଁ ଏ ରାଇଜର

ଅଟଇ ଯେ କବି,

ବାସ୍ତବ ଚିତ୍ରଣ

ଶବଦ ରେ ଛବି।


ଏହି ରାଇଜର

 ଜାତକ ଡାକ୍ତର,

ରହିଛି ସତରେ

କ୍ଲିନିକ୍ ତାଙ୍କର।


ମେଡ଼ିକାଲ ଯିବା

ଲୋଡା ନ ପଡ଼ଇ,

ମାସିକ ଦରମା

ଛାଏଁ ଆସି ଥାଇ।


ରୋଗୀ ସେବା ପରା

ଡାକ୍ତର ଧରମ,

ମେଡ଼ିକାଲ କିବା

କ୍ଲିନିକ୍ ରେ କାମ।


ରୋଗୀଙ୍କ ପାଖରେ

ଥାଉ କି ନଥାଉ,

ନିଜେ ବନ୍ଧା ପଡି

ଧନ ମୋତେ ଦେଉ।


ସେବା ମୁଁ କରିବି

କ୍ଲିନିକ ରେ ବସି,

ଯେତେକ ଟଙ୍କା ମୁଁ

ନେବି ତା ଠୁଁ ଶୋଷି।


ଔଷଧ ଯାହା ମୁଁ

ଲେଖିବି ତା ପାଇଁ,

ମୋ ଦୋକାନ ଛଡା

କେବେ ନ ମିଳଇ।


ମୁହିଁ ରାଇଜର

ଡାକ୍ତର ସେବକ,

ମୋ ବିନୁ ରୋଗୀର

ନାହିଁ ଆନ ଭେକ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics