STORYMIRROR

Kabiratna Nutan Kumar Behera

Classics Inspirational

3  

Kabiratna Nutan Kumar Behera

Classics Inspirational

ବୀର ଅମର ଭଗତ ସିଂହ

ବୀର ଅମର ଭଗତ ସିଂହ

1 min
213


ନାମରେ ତୁମେ ଭଗତ

ଦେଶପ୍ରେମ ଦୀପ ଜାଳି

ମାତୃଭୂମି ପାଇଁ 

ଜୀବନ କରି ଉତ୍ସର୍ଗ 

ଜିଣିଲ ଜଗତ,

ସୁମନର ଶ୍ରଦ୍ଧାଞ୍ଜଳି ଅର୍ପି

କୋଟି କୋଟି ଦେଶବାସୀ

ପାଦ ତଳେ ତୁମର

ହୁଅନ୍ତି ପ୍ରଣିପାତ।

ମାତା ବିଦ୍ୟାବତୀ ପିତା କିଷାନ୍

ଜନ୍ମ ଦେଇ ହେଲେ ଧନ୍ଯ

ଭାରତ ମାତାର ହେଲ

ସୁଯୋଗ୍ୟ ବରପୁତ୍ର,

ଦେଶ ଜାତିର ସ୍ବାଭିମାନ

ସ୍ଵାଧୀନତା ଆଣିବା ପାଇଁ

ବଳିଦାନ ଦେଇ ନିଜକୁ

ଅମ୍ଳାନ ରଖିଲ ତୁମ ଚରିତ୍ର।

ପରାଧୀନତାର ଶୃଙ୍ଖଳରୁ

ମାଆ ମାଟିକୁ କରିବାକୁ ମୁକ୍ତ,

ଫିରିଙ୍ଗି ବିରୁଦ୍ଧେ ସଂଗ୍ରାମ କରି

ଜାଳିଲ ବିପ୍ଳବର ବହ୍ନି

ତିଳ ତିଳ କରି 

ଦାନ କଲ ତୁମ ରକ୍ତ।

ପଞ୍ଜାବ ମାଟିରେ ଜନ୍ମି ତୁମେ

ହେଲ ସମଗ୍ର ଭାରତର

ଅଦ୍ଵିତୀୟ ବୀର ସନ୍ତାନ,

ଜୀବନକୁ ପାଣି ଛଡାଇ

ପ୍ରତିବାଦ ପ୍ରତିରୋଧ କଲ

ଦେଇ କ୍ରାନ୍ତିର ସ୍ଲୋଗାନ।

ସ୍ବେଚ୍ଛାଚାରୀ ଇଂରେଜମାନଙ୍କ

ଗୁଳି ଗୋଳା ବାରୁଦକୁ

ନ କରି ତିଳେ ବି ଭ୍ରୁକ୍ଷେପ

କମ୍ପାଇଲ ଗଗନ ପବନ,

ମୁକ୍ତ କଣ୍ଠେ ଦାବୀ କଲ

ନ୍ୟାର୍ଯ୍ୟ ଅଧିକାର

ସ୍ବାଧୀନତା ହିଁ ସମାଧାନ।

ନିରୁପାୟ ହୋଇ

କାପୁରୁଷତା ପଣେ ସେ ବ୍ରିଟିଶ

କଲା ତୁମ ପ୍ରତି ଅମାନୁଷିକତା,

ଧନ୍ୟ ତୁମ ବୀରପଣ

ଧନ୍ୟ ଦେଶଭକ୍ତିର ତ୍ୟାଗ

ଧନ୍ୟ ତୁମର ସାହସିକତା।

ହସି ହସି ଫାଶୀ ଖୁଣ୍ଟେ

ଜୀବନ ଲଗାଇ ଦେଲ ବାଜି,

ମୃତ୍ୟୁ ବି ତୁମକୁ 

ପାରିଲା ନାହିଁ ମୃତ୍ୟୁ ଦେଇ

ବୀର ଅମର ସହୀଦ୍ ହୋଇ

ସାରା ବିଶ୍ବେ ରହିଛ ଆଜି।

ଇତିହାସ ତୁମର ସୁନାମ

ଗାଉଥିବ ଯୁଗ ଯୁଗ ଧରି

ହେ ବୀର ଅମର ଭଗତ ସିଂହ,

ଏମିତି ଅଛି କିଏ ଆଉ

ମା' ମାଟି ପାଇଁ ଜୀବନ ଦେବ

ଆନନ୍ଦେ ଆଖିରୁ ଝରାଇ ଲୁହ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics