STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଶ୍ରାଦ୍ଧ ବେଶେ ଜଗନ୍ନାଥ

ଶ୍ରାଦ୍ଧ ବେଶେ ଜଗନ୍ନାଥ

1 min
166


ଶ୍ରାଦ୍ଧ ବେଶରେ‌ 

କିସୁନ୍ଦର ଦିଶ ନୀଳ କନ୍ଦରେ ହେ, ନୀଳ କନ୍ଦରେ ।

ଭାଇ ଭଗ୍ନୀ ଶୁକ୍ଳାମ୍ଵର ପରିଧାନେ

ଉଭା ଶୋଭା ତିନି ଚକାରେ, ଶ୍ରାଦ୍ଧ ବେଶରେ ।।


ଶୁଭ୍ରପାଟ ପତନୀ ଭିତରେ 

କଳା ଜହ୍ନ‌ଉଦେ ହୁଏରେ

ପ୍ରତେଆସେ ମନେ ଏମନ୍ତ ଭାବନା 

ତୁମକୁ ଦେଖିଲେ ଠାକୁରେ, ଶ୍ରାଦ୍ଧ ବେଶରେ ।।


ଶୁଭ୍ର ଅଭ୍ର ନଭ ମଣ୍ଡଳେ 

ଶଶି ମୁଖ ଲାବଣ୍ୟ ଝଳେ

ଏପଟେ ସୂରୁଯ ସେପଟେ ଚନ୍ଦ୍ରମା

ଦେଖ,ଉଦେ ପୂର୍ବ ଦିଗରେ, ଶ୍ରାଦ୍ଧ ବେଶରେ ।।

 

ସଜ ସରସୀଜ କଳିକା ମାଳିକା 

ପ୍ରଲମ୍ଵିତ ଦୁଇ ବାହୁରେ 

ଆଖିଲାଖି ଯାଏ ସେ ରୂପ ଲାବଣ୍ୟ 

ତିନିପୁର ମୋହୁଥାଏ ରେ, ଶ୍ରାଦ୍ଧ ଵେଶରେ ।।


ମୁନି ମନଲୋଭା ଅପୂର୍ବ ମୂରତି

ରଙ୍ଗ ଅଧରେ ଖେଳେ ହର୍ଷ ଦ୍ଵିତୀ

ରତନ ଚାନ୍ଦୁଆ ତଳେ କି ରୁଚିର

ରତ୍ନ-ସିଂହାସନେ ଚକା ଉପରେ, ଶ୍ରାଦ୍ଧ ବେଶରେ ।।


ମସ୍ତକେ ଝଟକେ ରତନ ଚିତା

କାନ୍ଧେ ଶୋଭା ସୁନା ପଇତା

ପିତୃ ଶ୍ରାଦ୍ଧ ପାଇଁ ବେଶ ହୋଇଛନ୍ତି

କଳାକାହ୍ନୁ ପୁରସ୍ତମରେ, ଶ୍ରାଦ୍ଧ ବେଶରେ ।।


ବାସୁଦେବ ବସୁଦେବଙ୍କ

ପିଣ୍ଡ ଦାନକରି କରନ୍ତି ଶ୍ରାଦ୍ଧ

ପିତୃ ପିତାମହ ମୋକ୍ଷ ପ୍ରାପ୍ତି ଅର୍ଥେ

ପିଣ୍ଡ ଦାନକରେ ପୁତ୍ର ଶ୍ରଦ୍ଧାରେ, ଶ୍ରାଦ୍ଧ ବେଶରେ ।।


ଓଡିଆ ଜାତିର ଇଷ୍ଟ ଦେବତା

ଧର୍ମ ସଂସ୍କୃତି ର ଦିଅନ୍ତି ବାର୍ତ୍ତା

ଭାତୃ ଭାବନାର ଜାତୀୟ ସଂସ୍କାର

ନୀଳ ପରବତୁ ପ୍ରଚାର କରେ, ଶ୍ରାଦ୍ଧ ବେଶରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics