STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଭୟଙ୍କର

ଭୟଙ୍କର

1 min
113

ଦିନେ ଆସିଲା ଅଜବ ଖିଆଲଟିଏ

ଉଙ୍କି ମାରିଲା ଜଟିଳ ପ୍ରଶ୍ନଟିଏ

ହୋଇ ଆକ୍ତାମାକ୍ତା ପଚାରିଲି

ଖିଆଲି ବେହିସାବୀ ମନକୁ ମୋର

ଭୂତ ପ୍ରେତ ପିଶାଚ

ଜନ୍ତୁଜୁନ୍ତା ସରୀସୃପ ଉଦ୍ଭିଦ

ପଶୁପକ୍ଷୀ କୀଟପତଙ୍ଗ ସ୍ଥାବରଜଙ୍ଗମ

ଜଳଚର ସ୍ଥଳଚର ନିଶାଚର

ଜୀବାଣୁ ଭୁତାଣୁ ବୀଜାଣୁ

କିଏ ସବୁଠୁଁ ବେଶୀ ଭୟଙ୍କର?

ଅନ୍ତରରୁ ମିଳିଲା ସହସା

ନିର୍ଭୁଲ ନିର୍ଭେଜାଲ୍ ନିଶ୍ଚିତ ଉତ୍ତର

ନିର୍ଦ୍ଵନ୍ଦ ନିର୍ବିବାଦ ନିଃସନ୍ଦେହରେ

ତୁ' ହିଁ ଜୀବ ଶ୍ରେଷ୍ଠ "ମନୁଷ୍ଯ"

ଏଇ ମହୀ ମଣ୍ଡଳରେ

କେହି ନୁହଁଇ ତୁଳନୀୟ ତୋର !

ଭାଷି ଚାଲିଲା ଅନ୍ତର୍ମନ ଅନର୍ଗଳ

ମୋହରି ପାଇଁ କାଳେ ସୃଷ୍ଟି ହୋଇଛି

ଏଇ ସୃଷ୍ଟିରେ ସମସ୍ୟା ସକଳ

ମୁହିଁ ଯେ ସର୍ବଗ୍ରାସୀ ବଳିଷ୍ଠ

ଧରାକୁ ସରା ପ୍ରାୟ ମଣି

ସଭିଙ୍କୁ କରି ବଶୀଭୂତ

ଧ୍ବଂସମୁଖକୁ ସୃଷ୍ଟିକୁ କରିଛି ପ୍ରେରିତ !

ଶୁଣି ବି ଅନ୍ତରାତ୍ମାର ଧିକ୍କାର

ବ୍ଯଥିତ ହେବା ନୁହେଁ ମୋ ସ୍ବଭାବ

ଶ୍ରେଷ୍ଠତ୍ବର ପରାକାଷ୍ଠାରେ ଗର୍ବିତ

ତିଳେ ବି ନୁହଁଇ ଅନୁତପ୍ତ କି ଚିନ୍ତିତ

ମୁହିଁ ତ ଜୀବ ଶ୍ରେଷ୍ଠ ମଣିଷ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract