STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଭାଷଣ

ଭାଷଣ

1 min
154

ଭାଷଣ ପ୍ରବଚନ ସମ୍ବାଦ ସମ୍ଭାଷଣ ଉଦବୋଧନ

ଏଠି ତ କେବଳ କଥାରେ ଚାଲିଛି ଦେଶର ଶାସନ

ସଦା ସର୍ବଦା ଶୁଣି ଶୁଣି ଏଇ ମନ ଭୁଲାଣିଆ ଭାଷଣ

ଆମ୍ଭର କର୍ଣ୍ଣ ପୀଡ଼ା ବେଳୁଁ ବେଳକୁ ହୁଅଇ ଭୀଷଣ।

ନେତା ମନ୍ତ୍ରୀ ତନ୍ତ୍ରୀ ଯନ୍ତ୍ରୀ ବଡପଣ୍ଡା ସାଧୁଜନ ସଭିଏଁ

ଦିଅନ୍ତି ଭାଷଣ କରି ଅବୋଧ ଜନତାକୁ ସମ୍ବୋଧନ

ଅନର୍ଗଳ ଓଜସ୍ବିନୀ ସାରଗର୍ଭକ ଦିବ୍ୟାମୃତ ପ୍ରବଚନ

କ୍ଷଣିକରେ ପ୍ରକମ୍ପିତ ହୋଇ ଉଠଇ ଗଗନ ପବନ।

ନୀରବ ଦର୍ଶକ ସାଜି ମହାମାନ୍ଯଙ୍କର ଦୃଢ଼ ସମର୍ଥନେ

ଆମ୍ଭେ କରୁ ଏହାଙ୍କ ଭାଷଣ ଶ୍ରବଣ ଦେଇ ମନଧ୍ୟାନ

ଉଦୟ ହୋଇବ କାଳେ ଆମ୍ଭର ଚିନ୍ତା ଓ ଚୈତନ୍ୟ

ହୋଇବ ଆମ୍ଭର ସକଳ ସର୍ବାଙ୍ଗୀନ ମଙ୍ଗଳ ବିଧାନ।

ନେତାଏଁ ଦେଇ ଦେଇ ମନଲୋଭା ବିଭ୍ରାନ୍ତ ଭାଷଣ

ଆପଣା ହାତ ମୁଠାକୁ ନେଲେ ଏଇ ଦେଶର ଶାସନ

ମୁଷିକ ପରାଏ ଲୁଟି କାଟି ଖାଇଗଲେ ଜାତିର ସଂସାଧନ

ଜନତା ଭାବେ ଆମେ ଭୋଗିଲୁ ଯାହା ଅସହ୍ୟ କଷଣ।

ହେ ମହାପ୍ରଭୁ! ଏଇ ଦୀନଜନେ ବାରେ କୃପା କର

ମନମତାଣିଆ ଭାଷଣର ଭେଳିକିରୁ ଆମ୍ଭକୁ ରକ୍ଷାକର

ଦୟା ବହି କର ଆମ୍ଭ ତମାମ ଦୁଃଖ କଷ୍ଟ ନିବାରଣ

ପ୍ରଗଳ୍ଭ ପ୍ରଖର ଚତୁର ବକ୍ତାଙ୍କୁ ଦିଅ ଟିକିଏ ସଦଜ୍ଞାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract