STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ରାବଣ ଦହନ

ରାବଣ ଦହନ

1 min
218


ରାମ ଆଉ ରାବଣ ବନିବାର

ଆଦର୍ଶଗତ ଲଢ଼େଇରେ 

ମନରେ ପ୍ରଶ୍ନ କେତେ ଉଙ୍କିମାରେ

ରାମ ପୂଜନ ପୂର୍ବକ ରାଜନୀତି 

କରୁଥିବା ଲୋକେ କଣ 

ସତରେ ତାହାଙ୍କ ନୀତି ଆଦର୍ଶରେ 

ଅନୁପ୍ରାଣିତ ଓ ପରିଚାଳିତ?? 


ଦଶହରାର ସନ୍ଧ୍ୟାରେ ଦର୍ପରେ 

ରାବଣ ଦହନ କରୁଥିବା ସମସ୍ତ 

ବ୍ଯକ୍ତିଗଣ ଶୁଦ୍ଧାନ୍ତକରଣରେ 

କଣ ଜଣେ ଜଣେ 

ମର୍ଯ୍ୟାଦା ପୁରୁଷୋତ୍ତମ?? 


ଅବା ରାବଣର ଆତ୍ମୀୟ ସ୍ବଜନ 

ବଂଶଧର ଯେ କରନ୍ତି

ବହୁ ଆଡମ୍ବର ସହକାରେ

ପ୍ରତିବର୍ଷ ତାଙ୍କର ଅନ୍ତିମ ସଂସ୍କାର

ଅଗ୍ନି ସଂଯୋଗେ ବିସ୍ଫୋରଣ?? 


ଅବା କେଉଁ ଗୁଣଗ୍ରାମରେ 

ରାବଣର ସମକକ୍ଷ 

ଏହି ଦହନ କାର୍ଯ୍ୟକ୍ରମର 

ମହାମାନ୍ୟ ଆୟୋଜକ?? 


ଯଦି ହୃଦୟର କେଉଁ ନିଭୃତ 

କୋଣରେ ଅବଚେତନ ସ୍ଥିତିରେ 

ରାବଣର ସତ୍ତା ଆଜି ବି ଜୀବିତ

ଆସୁରିକ ପ୍ରବୃତ୍ତି ରହିଛି କିଞ୍ଚିତ 

ଜାଣତ ଅବା ଅଜାଣତରେ 

ତେବେ କଣ ପାଇଁ ଏ ପାର୍ଥିବ 

ରାବଣ ଦହନର ପ୍ରହସନ 

ଆତସବାଜିର ଧୂଆଁରେ 

ଆତ୍ମ ବଡ଼ିମା ପ୍ରଦର୍ଶନ??




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract