STORYMIRROR

PURNA CHANDRA PANDA Purna

Classics

3  

PURNA CHANDRA PANDA Purna

Classics

ପତିତପାବନ

ପତିତପାବନ

1 min
161


ନୀଳଚକ୍ର ବlନା ଦେଖ ନାଲିଆ ଦିଶୁଛି ମିତ ଡାକଇ ପତିତ ଜନେ ଆସ ଭକତେ,

ଦେଉଳେ ଅଛି କାଳିଆ ଦେଖ ଦେଖ ଚାହିଁ ଅଛି ବିସ୍ତୃତ ନେତ୍ରେ,,

ଆସ ଆସ ବୋଲି ପତିତେ,

ବାହୁ ମେଳେଇ ଡାକଇ ଦେଉଳେ ସତେ ll


ନୀଳ ସମୁଦ୍ର ବକ୍ଷରେ ବାଟବଣl ହୁଏ ନରେ ବତୀଘର ପରି ଧୈର୍ଯ୍ୟ ଦରିଆ ଧାରେ,,

ଏ ଜନ ସମୁଦ୍ର ଗର୍ଭେ ହଜିବୁରେ ତୁହି ଯେବେ ସାନ୍ତ୍ୱନା ପାଇବୁ ବାବୁ ଦେଖି ଆଖିରେ,,

ଆସ ଆସ ଯେତେ ପତିତ

ନାହିଁ ଗତି ମୁକ୍ତି ଆହେ ମୋ ବ୍ୟତୀତ ll


ନାଲି, ପିତ, ଶୁଭ୍ର ରଙ୍ଗ ନୀଳଚକ୍ର ମୋର ସାଙ୍ଗ ବ୍ୟଙ୍ଗ କରନାହିଁ ଭାଇ ଅନ୍ୟ ଜନରେ,,

ନାଲି ପ୍ରଳୟ ଆହ୍ୱାନ, ପିତ ଶାନ୍ତି ଭଜମନ ଶୁଭ୍ର ମୈତ୍ରୀର ଘୋଷଣା କରେ ସଂସାରେ,,

ପତିତ ଉଦ୍ଧାର ମୋ ଲକ୍ଷ୍ୟ,

ସବୁ ପାପ ତାପ ନାଶି ହସେ ମୋ ବକ୍ଷ ll


ମୋ ଦେହରେ ଚନ୍ଦ୍ର ବିନ୍ଦୁ ସତେକି ଦ୍ଵିତୀୟା ଇନ୍ଦୁ ଚନ୍ଦ୍ର ମlତା ବିନ୍ଦୁ ପିତା ବୋଲିଟି ଜାଣ,,

ଅଗ୍ର ଭାଗ ହଲି କହେ ମୋ ପାଶେ ନ ଆସ କିଏ ଘର ଦେବତା ପୂଜିବ ହେବ କାରଣ,,

ଶୁଣ ଏହି ତାତ୍ୱିକ ବାଣୀ,

ପତିତ ପାବନ ନାମେ ନିଅ ମେଲାଣି ll


ଦେଖ ଉଡ଼ୁଅଛି ବlନl ନୀଳଚକ୍ରକୁରେ ଅନା ହଲି ହଲି କୁହେ ଭକ୍ତେ କିଛି ରଖନା,

ଲୋଭ, ମୋହ, ହିଁସା, ଘୃଣା ସବୁ କରେ ବାଟ ବଣl ତୁମେ ପତିତ ଅଟହୋ ମୁଁ ପରା ବlନା,,

ଟେକି ଦିଅ ନିଜ ସାମର୍ଥ୍ୟ,

ବlନା କହେ କିଛି ନାହିଁ ସବୁ ଅନିତ୍ୟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics