STORYMIRROR

Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ପ୍ରଦୂଷଣ

ପ୍ରଦୂଷଣ

1 min
191


ସଭ୍ୟ ସମୃଦ୍ଧ ହେବାର ଅମୁହାଁ ଅଫେରା ଦୌଡ଼ରେ

ଆମନ୍ତ୍ରଣ କରିଛେ ବିନାଶକୁ ଜାଣି ଶୁଣି

"ଆଆ.. ଆଆରେ ବଳଦ ମୋତେ ତ ବିନ୍ଧ୍!"

କଳ କାରଖାନା ଧୂଆଁରେ ପରିବେଶ ନଷ୍ଟଭ୍ରଷ୍ଟ

ପ୍ରାକୃତିକ ସମ୍ପଦ ଭୂଲୁଣ୍ଠିତ ପର୍ଯ୍ଯାବରଣ ପ୍ରଦୂଷିତ

ଧନିକର ଗୃହ ଧନଧାନ୍ୟ ସମ୍ପଦରେ ପରିପୂର୍ଣ୍ଣ

ତଥାପି ଘାରିଛି ଅଭାବ ଅନାଟନ କୁପୋଷଣ

ବଢୁଛି ଦାରିଦ୍ର୍ୟର ହାର ଯାହା ଅକାରଣ।

ବିଷ ବଳୟରେ ହେଉଛି ଅଙ୍କୁରୋଦଗମ

ବିଷରେ ହେଉଛି ତାହାର ବିଶେଷ ପୋଷଣ

ଜଳ ସ୍ଥଳ ବାୟୁ ଧ୍ୱନି ପ୍ରଦୂଷଣର ମାରଣାସ୍ତ୍ରରେ

ଧୂକ୍ ଧୂକ୍ ହେଉଛି ଯାହା ହୃଦୟର ସ୍ପନ୍ଦନ

ଅକାଳରେ ଝରିପଡୁଛି ଅନେକ ନିରୀହ ଜୀବନ

ବିଲୁପ୍ତ ହୋଇଗଲେଣି ବିରଳ ପ୍ରଜାତିର ପଶୁ ପକ୍ଷୀ

ବୃକ୍ଷ ଲତା ଜୈବ ବିବିଧତା ହୋଇଛି ବିପନ୍ନ

ଅଥଚ ଜାରି ରହିଛି ଜନସଂଖ୍ୟା ବିସ୍ଫୋରଣ।

>

ପ୍ରକୃତିର ଏଇ ବ୍ଯଥା ତ ଅତ୍ୟନ୍ତ ଦାରୁଣ

ଭୂତାଣୁ କୀଟାଣୁ ଜୀବାଣୁ ବୀଜାଣୁ ଯେତେକ

ରଚୁଅଛନ୍ତି ଏଠି ମୃତ୍ୟୁର ନାରକୀୟ ତାଣ୍ଡବ

ଅଭୂତପୂର୍ବ ବିପତ୍ତିର ଉଠୁଛି ଉତ୍ତାଳ ତରଙ୍ଗ

ଜ୍ଞାନ ବିଜ୍ଞାନ ବ୍ୟବହାରିକ ପ୍ରଯୁକ୍ତି ବିଦ୍ୟା

ସବୁ ତ ନିଷ୍ଫଳ କରିବାକୁ ତାରେ ନିୟନ୍ତ୍ରଣ

ପ୍ରକୃତିର ଅବଦାନର ଶଠତା ପୂର୍ଣ୍ଣ ପ୍ରତିଦାନ

ସାଧୁ ହେ! ବେଳ ହୁଁ ହୁଅ ସର୍ବେ ସାବଧାନ।

କିଏ ଅବା ଜାଣିଛି କାଲି ହେବ ଏଠି କଣ?

ଶିଳ୍ପାୟନ କି ହୋଇବ ପୃଥି ଧ୍ବଂସର କାରଣ?

ନେଡିଗୁଡ଼ କହୁଣୀକୁ ବହିଯିବା ପରେ

କିବା ଲାଭ ଅଛି ମଧୁରସ ଆସ୍ବାଦନରେ?

ଏବେ ବି ଅଛି ବେଳ ବୁଦ୍ଧି ଓ ପ୍ରଯୁକ୍ତି

ସଠିକ୍ ରୂପାୟନରେ ଫେରାଇ ଆଣି ପାରିବା

ଏଇ ଧରାଧାମରେ ପୁନର୍ବାର ସବୁଜିମାର ବଳୟ

ପୁଣି ବହିବ ଏଠି ବସନ୍ତର ମୃଦୁ ମଳୟ।



Rate this content
Log in

Similar oriya poem from Abstract