STORYMIRROR

ପ୍ରଶାନ୍ତ କୁମାର ବେହେରା

Romance

3.3  

ପ୍ରଶାନ୍ତ କୁମାର ବେହେରା

Romance

ଝରା ଶ୍ରାବଣ

ଝରା ଶ୍ରାବଣ

1 min
13.3K



ଝରା ଶ୍ରାବଣର

ଅଂଧାର ରାତିରେ

ଝିପିଝିପି ବର୍ଷାରେ

ଆମେ ଦୁହେଁ ଚାଲନ୍ତେ

ସାଥି ହୋଇ

ନିଚ୍ଛାଟିଆ ରାସ୍ତାରେ

ଦେହକୁ ଦେହ ଲଗାଇ

ଗୋଟାପଣେ ଜୁଡୁ ବୁଡୁ ହୋଇ

ମନେ ପକାନ୍ତେ ସୁନ୍ଦର

ଅତୀତର କଥା

ଚିନ୍ତା ବି କରନ୍ତେ

ଆମ ସୁନେଲି

ଭବିଷ୍ଯତର ଯୋଜନା ।


ମେଘୁଆ ଆକାଶର

ମେଘାଚ୍ଛନ୍ନ ବାଦଲ ଭିତରୁ

ଚମକୁଥିବା ବିଜୁଳି ଆଲୁଅର

ସ୍ୱଳ୍ପ ରହଣି ଭିତରେ

ତୁମ ଆଖି ସହ

ମୋ ଆଖି ମିଶନ୍ତା ।


ପ୍ରଚଣ୍ଡ ଘଡଘଡି ଶବ୍ଦରେ

ତୁମେ ଭୟରେ ଶିହରିଉଠି

ମୋତେ ଅକ୍ଟୋପସ୍ ପରି

ଜାବୁଡ଼ି ଧରନ୍ତ ।


ମୁଁ ତୁମ

କାନରେ କୁହନ୍ତି

ଜମା ଡରନି

କିଛି ହେବନି

ମୁଁ ପରା ଅଛି ।


ତୁମ ଦେହର

ମିଠା ମିଠା ବାସ୍ନାରେ

ତୁମ ଖିଲିଖିଲି ହସରେ

ତୁମ ପ୍ରୀତିଭରା

ମତୁଆଲା କଥାରେ

ମୁଁ ନିଜକୁ ସମ୍ପୂର୍ଣ୍ଣ

ହଜାଇ ଦିଅନ୍ତି

ଅାନମନା ହୁଅନ୍ତି

ସେଇ ଝରା ଶ୍ରାବଣର

ଅଂଧାର ରାତ୍ରିରେ ।


*******************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance