STORYMIRROR

Gajendra Kumar sethy

Romance

4  

Gajendra Kumar sethy

Romance

ଜହ୍ନରାତି

ଜହ୍ନରାତି

1 min
149

ଏମିତି ବି ତ ସବୁ ରାତି-

ଅନ୍ଧାର ଓ ଅନ୍ଧକାର

ଠିକ୍ ଯେମିତି ତୁମେ ଆଉ ମୁଁ

ଆଉ ଆମ ସମ୍ପର୍କ ।

କେବେ ଯଦି ଜହ୍ନ ଆସେ

ଢାଳେ ତା'ର ଜୋଛନାରୁ କିଛି

ଇଚ୍ଛା ନଥାଇ ବି କାହିଁଁ 

ହେଇଯାଏ ବିତର୍କ ।

ହେଲେ ତା'ର ବି ଦୋଷ କ'ଣ?

ସେ'ତ ଆସୁଛି ଆସୁୁଥିବ

ସୃଷ୍ଟିର ଆରମ୍ଭରୁ

ସୃଷ୍ଟିର ଶେଷ ପର୍ଯ୍ୟନ୍ତ

ତଥାପି ସିିିଏତ ନିଜର

ଅତି ଆପଣାର

ଜହ୍ନ ଆଉ କଇଁ

ଜହ୍ନ ଦେଲେ ଛୁଇଁ

କଇଁ ଉଠେ ଚେଇଁ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance