Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଜହ୍ନର ଠିକଣା

ଜହ୍ନର ଠିକଣା

1 min
232



ଜହ୍ନ ପରି ମୋର ପ୍ରିୟାର ସୁଷମା

ଅଙ୍ଗେ ମାଦକତା ଭରେ,

କିଏ ଦେବ ମୋତେ ସେ ଜହ୍ନ ଠିକଣା

ନିତି ମନକୁ ପଚାରେ,

ବସି ଜହ୍ନ ଜୋଛନାରେ,

ଖୋଜୁଅଛି ତା'ର ସେ ରୂପ ଲାବଶ୍ୟ

ଜଳି ବିରହ ନିଆଁରେ ।


ସପନ ଫାଙ୍କରେ ବାହୁ ବନ୍ଧନରେ

ତା'ର ଦେହ ସୁଗନ୍ଧରେ,

ବିଭୋରିତ ହୁଏ ମୋର ମନ ପ୍ରାଣ

ହଜଯାଏ ତା' ପ୍ରେମରେ,

ସପନ ଭାଜିଗଲେରେ,

ଖୋଜିବୁଲେ ତା'କୁ ଆକୁଳିତ ପ୍ରାଣେ

ମୋହର ଦୀର୍ଘ ଶ୍ବାସରେ ।


ଜହ୍ନକୁ ଯେମିତି ନିଇତି ଦେଖୁଛି

ହେଲେ ଛୁଇଁ ପାରୁନାହିଁ,

ସପନେ ସେମିତି ପ୍ରେୟସୀ ପ୍ରିୟା ମୋ

ଧରାଦେଇ ଦେଉନାହିଁ,

ଲୁଚକାଳି ଖେଳୁଥାଇ,

କିଏ ଦେବ ମୋତେ ସେ ଜହ୍ନ ଠିକଣା

ପଚାରି ଯିବି ମୁଁ କାହିଁ ।


ଜହ୍ନ ଅଟେ ସତ୍ଯ ପ୍ରିୟା ବି ମୋ ସତ୍ୟ

ହେଲେ ସେ କେଉଁଠି ଅଛି,

ଠିକଣା ତାହାର ପାରୁନାହିଁ ଜାଣି

ବୃଥାରେ ଝୁରି ମରୁଛି,

ହୃଦୟେ ଘାରି ହେଉଛି,

ଜହ୍ନ ପରି କିବା ଯୋଜନ ଯୋଜନ

ଦୂରତ୍ବରେ ସିଏ ଅଛି ।


ସପନ ପରୀକୁ ଖୋଜିବାକୁ ଯାଇ

ଦେହ ଅବକ୍ଷୟ ଯାହା,

ଏହା ମନ ବୃଥା ବାଚାଳତା ପଣ

ମିଛଟାରେ କାନ୍ଦେ ହିଆ,

ନହୋଇ କେବେ ବାଇଆ,

ସତ୍ୟ ଚିରନ୍ତନ ଅବ୍ୟକ୍ତ ପ୍ରେମରେ

ହୃଦ କର ସଦା ଠିଆ ।



Rate this content
Log in

Similar oriya poem from Inspirational