STORYMIRROR

Mr.GAGAN BIHARI NAYAK

Romance

4  

Mr.GAGAN BIHARI NAYAK

Romance

ଜହ୍ନକୁ ମାଗିଲି ଜୋଛନା

ଜହ୍ନକୁ ମାଗିଲି ଜୋଛନା

1 min
297


ଜହ୍ନ କୁ ମାଗିଲି ଜୋଛନା ଟିକିଏ

ନିଦକୁ ମାଗିଲି ସ୍ବପ୍ନ

ରାତିକୁ ମାଗିଲି ପରଶ ଟିକିଏ

ପ୍ରିୟାକୁ ମାଗିଲି ପ୍ରେମ ।(୦)


ଜହ୍ନ ହସୁଥିଲା ଫୁଲ ସବାରୀରେ

ରୂପେଲି ଜ୍ୟୋସ୍ନା କୁ ମାଖି

ରାତି ବିତିଗଲା ଉଜାଗରେ ମୋର

ନିଦ ଛୁଇଁଲାନି ଆଖି ।

ସପନ ଯେତେକ ଅପସରି ଗଲା

ପରଶି ତା' ଶିହରଣ ।(୧)


ଅଳସୀ ଆଖିରେ ନିଦୁଆ ସପନ

ନୀଶିଥ ଚାନ୍ଦିନୀ ରାତେ

ଦ୍ବିତୀୟା ଚାନ୍ଦିନୀ ହସୁଥିଲା ତାର

ଲାଜେଇ ଲାଜେଇ ଓଠେ।

ସାତ ଋତୁ ଭରା ସଂଦଦ ପସରା

ଦାନେ କଲା ସମର୍ପଣ ।।(୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance