STORYMIRROR

SACHALA GURU

Classics Inspirational Others

3  

SACHALA GURU

Classics Inspirational Others

ଜହ୍ନ

ଜହ୍ନ

1 min
291

ତୁମେ ଗୋପବନ୍ଧୁ ଉତ୍କଳରସିନ୍ଧୁ

ଦରିଦ୍ର ପରାଣ ଧନ

ପୁରୀ ହିଁ ଜିଲ୍ଲା ର ସୁଆଣ୍ଡୋ ଗ୍ରାମରେ

ହୋଇଥିଲ ଅବତୀର୍ଣ ।।

ବୀରପ୍ରସବିନୀ ପବିତ୍ରଦାୟିନୀ

 ମାତା ତବ ସ୍ଵର୍ଣମୟୀ

ତାଙ୍କ କୋଳେ ଯହିଁ ପୁର୍ଣିମାର ହୋଇ

ଆସେ ଚକାଜହ୍ନ ଉଇଁ ।।

ଉତ୍କଳ ଆକାଶେ ଚନ୍ଦ୍ରମା ପ୍ରକାଶେ

ଜ୍ୟୋତିଷ୍କ ନକ୍ଷତ୍ର ତାରା

ପର ଉପକାରୀ ଦୁଃଖି ପ୍ରାଣନିଧି

ଶ୍ରୀ କ୍ଷେତ୍ରର ଜହ୍ନ ପରା ।।

କିଏ ସେ ବୁଝିବ ଦରିଦ୍ରର ଭାବ

କ୍ଷୁଧା ଜ୍ୱଳନର ବାଧା

ଥରେ ଚିର ନିଦ୍ରା ତ୍ୟାଗ କରି ଆସ

ଶୁଣାଅ ନିଜର ଗାଥା ।।

ମାନବର ସେବା ମାଧବଙ୍କ ସେବା

ଆତ୍ମବଳ କରି ଦୃଢ଼

ବନ୍ଧୁ ଗହଣରେ ରୋଗୀଙ୍କ ସେବା ରେ

ଶୁଶୃଷା ଅତି ପ୍ରଗାଢ଼ ।।

ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଯାଇ

ବାଣ୍ଟିଲ ଚୁଡା ଚାଉଳ

ଦୁର୍ଭିକ୍ଷ ମରୁଡ଼ି ଆତଙ୍କରେ ପଡି

ଶୁଣି ଦୁଃଖିଙ୍କ ବିକଳ ।।

ବନ ବିଦ୍ୟାଳୟ ସ୍ଥାପନ କରିଲ

ପୁରୀ ସତ୍ୟବାଦୀ ଠାରେ

ମଣିଷ ତିଆରୀ କାରଖାନା କରି

ପଢ଼ା ଜ୍ଞାନ କୌଶଳରେ ।।

ଅନ୍ଧକାର ପୂର୍ଣ୍ଣ ପୁତ୍ରର ଜୀବନ

ରାଗେ ହୋଇ ପ୍ରପୀଡ଼ିତ

ତାକୁ ଛାଡ଼ିଦେଇ ସହସ୍ର ଜୀବନ

କରିଥିଲ ଆଲୋକିତ ।।

ସ୍ନେହ ମମତାର ପ୍ରତୀକ ସାଜିଣ

ବାଣ୍ଟିଥିଲ ବସ୍ତ୍ର ମାନ

ଦେଶର ସେବାରେ ବ୍ରତୀହୋଇ ତୁମେ

ହୋଇଲ ଅମର ଜହ୍ନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Classics