STORYMIRROR

Hemanta Patra

Tragedy

3  

Hemanta Patra

Tragedy

ଜହ୍ନ ରାତି

ଜହ୍ନ ରାତି

1 min
23

ଏଇ ଜହ୍ନ ଏଇ ରାତି

ନା ଭିଜେ ଗରିବର ମନ

ନା ଭିଜେ ପେଟର ତାତି ।।

ଗରିବର ଘରେ

ଭୋକ ହାଣ୍ଡିଏ କୁ

ଲୁହ ହାଣ୍ଡିଏ ।।

ଚୁଲି ଉପରେ

ଫୁଟୁଥିବା ହାଣ୍ଡି ପାଣିରେ

ପଡିଛି ଜହ୍ନର ଛାଇ ।।

ପୁଅ ଝାଉଁଳି ପଡିଛି ଭୋକରେ

ଅଥୟ କରୁଛି

ପେଟର ଭୋକ ।।

ନାହିଁ ତାର ଇଛା

ଜୋଛନାରେ ଭିଜି ଭିଜି

ସାଙ୍ଗସାଥି ମେଳେ

ଖେଳିବାକୁ ଲୁଚକାଳି ।।

ମାଆ ରହିଛି ଚାହିଁ

ଆସିଲେ ଚାଉଳ

ହୋଇବ ରୋଷେଇ ।।

ଆଖିରୁ ଝରୁଛି ଅଶ୍ରୁ

ପୋଛିବାକୁ ହାତ ହେଉନି ରାଜି

ପିଇ ଯାଉଛି କିଛି ଓଠ

ଭିଜି ଯାଉଛି କିଛି ମାଟି ।।

ଲୁହ କି ବୁଝିବ ପେଟର ଭୋକ

ସୁଖ ଆଉ ଦୁଃଖ

ଅଭିମାନେ ଯିବ ଝରି ।।

ରାସ୍ତା କଡରେ

ମହୁଲି ନିଶାରେ

ବାପା ତ ଯାଇଛି ଶୋଇ ।।

ଉଷୁମ ଉଷୁମ ନିଃଶ୍ବାସ ପ୍ରଶ୍ୱାସରେ

ଛାତି ହୁଏ ଧକ ଧକ

କାହାରିକୁ ନିଘା ନାହିଁ ।।

ଲୁହ ଆଉ ନିଶା

ସପନର ସବୁ ରଙ୍ଗକୁ

ଦେଇଛି ଧୋଇ ।।

ନିସ୍ତବ୍ଧ ରାତିକୁ

କରୁଛି ଅଧିର

କୋକିଶିଆଳୀର ହୁକେ ହୁକେ ରଡି ।।

କିଛି ସମୟ ପରେ

ସବୁ ନିଶାଚର ପଡିବେ ଶୋଇ

ଜହ୍ନର ଜହର ପିଇ ।।

ଜହ୍ନ ରାତି 

ଯିବ ଫେରି

ଗରିବର ଲୁହରେ ଗାଧୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy