STORYMIRROR

rasmi maye pati

Romance

3  

rasmi maye pati

Romance

ଜହ୍ନ ରାତି

ଜହ୍ନ ରାତି

1 min
231


ତୁମେ ମୋ କୁଞ୍ଜ ବନ ର 

  ଅଭୁଲା ନାୟକ

ମୁହିଁ ପରା ରାଧା ରାଣୀ 

  ତୁମେ ମୋ କେଶବ।

କେତେ କେତେ ଜହ୍ନ ରାତି 

 ଥାଏ ମୁଁ ଅନାଇଁ

ତୁମ ଫେରିବା ବାଟ କୁ

   ରହି ଥାଏ ଚାହିଁ।

ସେଦିନ ଜହ୍ନ ରାତିରେ 

  କଦମ୍ବ ର ମୂଳେ

କଥା ଦେଇ ଚାଲି ଗଲ

  ତୁମେ ଦ୍ବାରିକା ରେ।

କେତେ ଜହ୍ନ ରାତି ମୁହିଁ

  ଯମୁନା ର କୂଳେ

ଝୁରୁ ଥାଏ କାହ୍ନୁ କାହ୍ନୁ

  ହଜେ ବଂଶୀ ସୁରେ।

ଥିବ ଯେତେ ଜହ୍ନ ରାତି

  ରାଇ ପାଶେ କୃଷ୍ଣ

କହିଥିଲ ପରା କୃଷ୍ଣ 

  ଆହେ ପ୍ରିୟତମ।

ଏବେ ବି ଅଛି କଦମ୍ବ 

  ଅଛି ଜହ୍ନ ରାତି

ହଜି ଗଲା ରାଧା କୃଷ୍ଣ

  ଯୁଗଳ ମୂରତି।

ହଜି ଯାଏ ମଯି ଯାଏ

  ଜହ୍ନ ରାତି ତଳେ

ପାଗଳିନୀ ହୁଏ ରାଧା 

ତୋ ବଇଁଶୀ ସୂରେ।

ଏବେ ବି ଝୁରୁଛି ଜହ୍ନ

  ରାତି ବି ଝୁରୁଛି

କଦମ୍ବ ଝୁରୁଛି ପୁଣି 

  ଜମୁନା ଲଂଘୁଛି।

ଅଛି ସିନା ଜହ୍ନ ରାତି 

  ପ୍ରେମ ହଜିଗଲା

କୃଷ୍ଣ ପ୍ରେମେ ଅନ୍ଧ ରାଇ

  ପାଗ ଳିନି ହେଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance