Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ଜହ୍ନ ରାଇଜକୁ ଚାଲ

ଜହ୍ନ ରାଇଜକୁ ଚାଲ

1 min
395


     

ଶୁଣିଲକି ! ଶୁଣିଲକି ! ବିଶ୍ଵବାସୀଗଣ

ଚନ୍ଦ୍ରପୃଷ୍ଠେ ଓହ୍ଲାଇଛି, ଆମ ଚନ୍ଦ୍ରଯାନ l

ନିରନ୍ତର ଚେଷ୍ଟା ଆମ ଭାରତର ନୀତି

ପ୍ରୟାସ ଆମର ହୋଇଅଛି ଫଳବତୀ l

ଜହ୍ନମାମୁଁ ଘର ଆଉ ନୁହେଁ ବେଶି ଦୂର

ଚନ୍ଦ୍ରପୃଷ୍ଠେ ବସାଇବୁ ଆମେ ଯାଇ ଘର ।

ଧନ୍ୟବାଦ ଆମର ବିକ୍ରମ ସରାଭାଇ

ସତୀଶ ଧାୱନ ଭାଇ ପାଦରେ ନମଇଁ ।

ଧନ୍ୟ ରକେଟ୍ ମାନବ ଅବଦୁଲ କଲାମ

ଏକ ଏକ କରି କେତେ ବତାଇବି ନାମ ।

ପଛଘୁଞ୍ଚା ଆମ ଜାତକରେ ଭାଇ ନାହିଁ

ବିଫଳତା, ସଫଳତା ପାହାଚ ଅଟଇ l

ବିଜ୍ଞାନୀଙ୍କୁ ଏ ମହାମନ୍ତ୍ର ଦୀକ୍ଷା ଦେଇ

ବିଜ୍ଞାନ ବୈଜୟନ୍ତୀକୁ ଦେଇଛ ଉଡ଼ାଇ l

ଏ ଜାତି ଚିରନମସ୍ୟ ସର୍ଵ ବୈଜ୍ଞାନିକ

ଚନ୍ଦ୍ରପୃଷ୍ଠରେ ଉଡ଼ଇ ତ୍ରିରଙ୍ଗାକୁ ଦେଖ l

ବିଶ୍ଵ ଆଜି ସ୍ତବ୍ଧ, ସ୍ତବ୍ଧ ବିଶ୍ଵ ବୈଜ୍ଞାନିକ

ଭାରତ ଶ୍ରୀଭାସ୍କର,ପଠାଣି ସାମନ୍ତଙ୍କ l

ବିଜ୍ଞାନୀଗଣଙ୍କୁ ଆସ ଧନ୍ୟବାଦ ଦେବା

ଜହ୍ନ ରାଇଜକୁ ଚାଲ, ଘର ବସାଇବା ।

            


Rate this content
Log in

Similar oriya poem from Inspirational