STORYMIRROR

Aishwarya Mishra

Romance

4  

Aishwarya Mishra

Romance

ଜହ୍ନ ଓ କଇଁ

ଜହ୍ନ ଓ କଇଁ

1 min
150


ଦୂର ଆକାଶରେ ପୁନେଇଁ ଚାନ୍ଦଟା 

ମେଘ ଉହାଡ଼ରେ ହସେ

ସରସୀ କୋଳରେ ଫୁଟେ ନୀଳକଇଁ

ଜୋତ୍ସ୍ନାରେ ଭିଜିବା ଆଶେ


ପ୍ରେମିକ ଜହ୍ନଟା ଭାରି ଆନମନା

ଖେଳୁଅଛି ଲୁଚକାଳି

ଚାତକ ପରାୟ ନୀଳକଇଁ ମନ

କରୁଅଛି କେତେ ଅଳି


ବୁଝି ବି ବୁଝେନା ଅଭିମାନୀ କଇଁ 

ତା' ପାଇଁ ତ ହସେ ଜହ୍ନ 

ନୀଳକଇଁ ସ୍ପର୍ଶ ପାଇବା ଆଶାରେ

ବ୍ୟାକୁଳ ଜହ୍ନର ମନ


ଦୁନିଆଁ ଦେଖିଛି କଇଁର ପ୍ରତୀକ୍ଷା

ଜହ୍ନର ପରଶ ପାଇଁ 

ବିବଶ ଜହ୍ନର କରୁଣ ବେଦନା

ବୁଝି ତ ପାରେନା କେହି


ସୁଧାଂଶୁର ସୁଧା, ବାରି ଧାରା ରୂପେ

ବରଷେ ସରସୀ ମଧ୍ୟେ

ସେହି ସୁଧାପାନେ ତୃପ୍ତ ହୋଇ ଉଠେ

କଇଁ ଫୁଲ ଅଙ୍ଗେ ଅଙ୍ଗେ


ଶୀତଳ ମଧୁର ଜୋଛନା ସ୍ପର୍ଶରେ 

ବିମୋହିତ ଦିଶେ କଇଁ

ଲାଜରେ ଲାଜରେ ସମ୍ମୋହିତ ଜହ୍ନ

ଲୁଚିଛି ମେଘରେ ଯାଇ


ଜହ୍ନ ବିନା ଲାଗେ କଇଁ ଅଧା ଅଧା

କଇଁ ବିନା ଜହ୍ନ ଅଧା

ପୁନେଇଁ ରାତିର ପ୍ରେମ ଅବସରେ

ବରଷାନ୍ତି ପ୍ରୀତି ସୁଧା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance