STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଜହ୍ନ ଓ ଅନ୍ଧାର

ଜହ୍ନ ଓ ଅନ୍ଧାର

1 min
352

ଜହ୍ନ କଣ ଭେଦିପାରେ

କାମନା କଳୁଷିତ ହୃଦୟରେ ଜକେଇ ଆସୁଥିବା

ପାପୀ ଆକାଂକ୍ଷାକୁ !

ନା ଶୀତଳ କରିପାରେ

ଇର୍ଷା ଦ୍ଵେଷରେ ଜଳୁଥିବା ସଂକୀର୍ଣ୍ଣ ମନ ଗୁଡାକୁ !

ଆଉ ଯଦି କେବେ

ତା ସ୍ନିଗ୍ଧ କିରଣ ଟିକକ

ପଡ଼ିଯାଏ କାହାର କଳାବଜାରୀରେ

ତେବେ ଅନେକ ଆଙ୍ଗୁଳି ଉଠେ

ଜହ୍ନର ସେ ଆଜନ୍ମ କଳଙ୍କ ଆଡକୁ।


ତାର ଏ କଳଙ୍କ ଓ ଅପବାଦ ପରି

ଜହ୍ନ ବି ନିରବରେ ଆଦରି ନେଇଛି

ତା ଧିମା ଆଲୋକ ତଳେ

ଅସଂଖ୍ୟ ଅନ୍ଧାରୀ ଅଳନ୍ଧୁ। 

ଆଜନ୍ମ ନିନ୍ଦିତ ହୋଇଛି କବି କଲମରେ

ଅଗଣିତ କୁମୁଦିନୀଙ୍କର

ପ୍ରେମାକାଂକ୍ଷୀ ଏକମାତ୍ର ବନ୍ଧୁ। 


ତା ଉଧାରୀ ଆଲୋକ କେବେ

ଲିଭାଇ ପାରେନା ସତେ

ତା ଭିତରେ ଲୁଚିଥିବା ଅଜସ୍ର ଅନ୍ଧାରର

ଜର୍ଜରିତ ଅବାଧ୍ୟ ଇତିହାସ,

ତଥାପି ତା ସୁଦର୍ଶନ କଳେବରେ

ଅସଂଖ୍ୟ କଳଙ୍କ ଧରି

ବାଣ୍ଟି ଚାଲେ ଶୀତଳ ଜ୍ୟୋତି ଧାରା

ହରିବାକୁ ଧରା ପରେ ଶର୍ବରୀର ତମ ଘୋର ବିଷ। 


Rate this content
Log in

Similar oriya poem from Abstract