STORYMIRROR

Satyabati Swain

Romance

3  

Satyabati Swain

Romance

ଜହ୍ନ ଲୋ ତୋତେ ରାଣ

ଜହ୍ନ ଲୋ ତୋତେ ରାଣ

1 min
212

ରହ ରହ ଜହ୍ନ ଲୁଚାନା ତୋ ମୁହଁ

   ବରଷା ବଉଦ ତଳେ

ଦୂର ପରବାସୀ ତୋ ମୁହଁରେ ଦିଶେ

   ମୋ ପ୍ରିୟା ମୁହଁ କାଳେ।


ଡଉଲ ଡାଉଲ ହଳଦୀ ଗୋରୀ ମୋ

    ପ୍ରିୟା ମୁହଁ ତୋ ପରି

ଥାଳି ପଟ ପରି ଗୋଲ୍ ଗାଲିଆ ମୁହଁ

    ପୁନିଅଁ ରେ ତୁ ଯେପରି।


ଜହ୍ନ ତୋ ଦେହରେ କଳଙ୍କ ହେଲେ

   ମୋ ପ୍ରିୟା ନିଷ୍ କଳଙ୍କ

ଦୁରେ ରହି ବିରହ ନିଆଁରେ ଜଳେ

  କହ କି ଦୁଃଖ ଦାୟକ।


ତୁ ଆକାଶେ ଉଇଁଲେ ଏ ମୋ ହୃଦୟେ

    ଦିଶେ ତ ପ୍ରିୟା ମୁହଁ

ରାତିର ତାତି କଲବଲ କରି ମାରେ

    ଅଣୟାତ ମୋ କୋହ।


ବିରହି ମଣିଷକୁ ଜଳାନା ଏମିତି 

     ଅସମ୍ଭାଳ ଏ ମନ

ଯା ଯାଆ ତୁରିତ ଗବାକ୍ଷ ଫାଙ୍କରେ

   ଚାହିଁଥିବ ତା ପ୍ରାଣ।


ଆଖିରେ ସପନ ଦେବୁ ତାର ଭରି

     ହେବ ସେ ଉଲ୍ଲସିତ 

ଦୁହିଙ୍କ ପାଇଁ ବିରହ ଜ୍ବାଳା ଯେତେ

     ଏକାକୀ ପିଉଛି ମୁଁ ତ ।


ଦେବୁ ନାହିଁ କଷ୍ଟ ତା ମନରେ କେବେ

   ଜହ୍ନ ଲୋ ତୋତେ ରାଣ

ଅତି ସୁକୁମାରୀ ଅତି ହିଁ ନିରିହ

   ସେ ମୋ ପ୍ରାଣର ପ୍ରାଣ।


  

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance