STORYMIRROR

Sunanda Mohanty

Romance

3  

Sunanda Mohanty

Romance

ଜହ୍ନ ବସନ୍ତ ଓ ଶପଥ

ଜହ୍ନ ବସନ୍ତ ଓ ଶପଥ

1 min
248

ଜହ୍ନ କହେ ନିରୋଳାରେ ଆ ସାଥି ତୁ ଧୀରେ,

ଖସଡ଼ା ଏ ବାଟ ହେଲେ ଏପଟ ସେପଟ,ଲାଗିଯିବ ନିଆଁ ପାଉଁଶରେ.

ନିଆଁ ନଥିଲେ କି ଧୂଆଁ ଉଠେ

ପ୍ରତିଶୃତି କିଏ ଦିଏ କାରେ.

ତୋ ମନ ବୁଝିଛିରେ ଏଇ ଜହ୍ନ,

ସେପାଇଁ ଆଖି ଛୁଇଁ ଆଜି ଶପଥ କରେ,

ଭଲପାଇବାରେ କଳଙ୍କ ନଲାଗୁ,

ପ୍ରଜାପତି ଝାଡୁ ତା ଡେଣା ପୁଣି ଥରେ.

ଚିକ ମିକି କରୁ ତାରା ଫୁଲସବୁ ରାତ୍ରୀର ଅତିଥି ହେଉବାରେ,

ମାରିନଯାଉ ତା ଚେତନା ଚୈତନ୍ୟ

ରହିଥାଉ ସବୁରି ପ୍ରାଣରେ.

ଆଲୋକ ଅନ୍ଧାର ଖେଳ ଏଠି ଚାଲେ,

ସବୁ ଆରମ୍ଭର ଶେଷ ପରେ.

ତୁ ମୁଁ ଛାର

କିଏ ଅବା କାର

କିଏ ବି ନିଜର

କିଏ ପୁଣି ପର,

ସବୁ ପରିସ୍ଥିତି ସୌଦାଗର ନେବା ଭଲପାଇବାର ଶପଥରେ.

ପୁଣିଥରେ

ଦିନ ପରେ ରାତି

ସୁଖ ପରେ ଦୁଃଖ, ଦୁ

ନିଆଁରେ ଥାଇ କିଏ ନଜାଣେ,

ବେଭାର ଆଭାରୀ

କିଏ ପତ୍ରେ ପତ୍ରେ କିଏ ଡାଳରେ.

ଶୀତ ବୁଲି ଚାହେଁ

ପଛରେ ବସନ୍ତ

କେଡେ ହନ୍ତସନ୍ତ, ଋତୁରାଜା ବୋଲାଇ ଏଇ ମର୍ତ୍ତ୍ୟରେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance