ଝିଅଟିଏ
ଝିଅଟିଏ
ଝିଅଟିଏ -
ଭାଗ୍ୟ ଲେଉଟିଲେ ସବୁ ମିଳେ ହେଲେ ସୌଭାଗ୍ୟରେ ଝିଅଟିଏ
ତା ଆସିବା ଦିନ ଅପେକ୍ଷାରେ ମନ ମୋ ହୃଦୟ ସ୍ପନ୍ଦନ ସିଏ
ପ୍ରଭୁ ଠାରେ ମନ ପ୍ରଭୁ ବରଦାନ ପ୍ରଭୁ ଠାରେ ରଖି ଧ୍ୟାନ
ପୁରାଣ ହୋଇଛି ଅସୁମାରୀ ସ୍ବପ୍ନ ସେ ତ ଉପର ବାଲାର ଦାନ
ତା ମୁରୁକି ହସ ତା ସ୍ନେହ ପରଶ ହୃଦୟ ଉଲ୍ଲାସି ହସେ
ତାର ରାଗ ରୋଷ ଅଭିମାନ ସବୁ ମୋ ପାଇଁ ଚନ୍ଦନ ବାସେ
ବସୁଧାକୁ ଠେଲି ତା ଗୁରୁଣ୍ଡି ଚାଲି ଛଟପଟ ଗୋଡ଼ ହାତ
ତାର ପାପା ଡାକ ତା ପ୍ରେମ ସରାଗ ମୋ ପାଇଁ ତ ପାରିଜାତ
କିଣି ନିଏ ମନ ଝିଅ ମୋ ଜୀବନ ଝିଅ ମୋ କୁଳ ନନ୍ଦିନୀ
ମୋ ଝିଅ ମୋ ମିତ ମୋ ପାଇଁ ସାକ୍ଷାତ ଦେବୀ ଦୁର୍ଗା ମାଆ ଭବାନୀ
