ଝିଅରୁ ମାଆ
ଝିଅରୁ ମାଆ
ଧୀରେ ଧୀରେ କାତ ଚଲାରେ ନାଉରୀ
ଯାଉଛି କନିଆଁ ଦେଖି
ଆଶା ବିଶ୍ଵାସ ମୋ ଟଳମଳ ପରା
ଦୁଃଖି ହେବି କିବା ସୁଖି ।
କିଏ କୁହେ ମୋତେ ଗ୍ରହଣ ଖଣ୍ଡିଆ
ରାହୁ ଖାଇ ଦେଲା ଓଠ
ଆଉ କିଏ କୁହେ ମୋତେ ନଚାହିଁକି
ଖୋଜୁଛି କୁଆଡେ ମଠ ।
ହାତେ ତଡା ଧରି ଦଉଡ଼ି ଆସିଲା
ମଇଁଷି ଭାବିଲା ମୋତେ
ଦୂରେ ପଳାଇଲି ଏତିକି କହିଲି
ଦେଖି ଆସି ନାହିଁ ତୋତେ ।
ଶୁଣିଛି ଏ ଝିଅ ଅତି ଗୁଣବତୀ
ପଦେ କଥା କୁହେ ନାହିଁ
ଦୁଃଖରେ ପଡ଼ିବି ନ କହିଲେ ପୁଣି
ମୁକ ଯଦି ହୁଏ ସେହି ।
ଖରା ବରଷାରେ ଝିଅ ଖୋଜ ଖୋଜି
ବୟସ ଗଲା ଗଡ଼ି
କରୋନା ବେଳରେ ଝିଅ କି ପାଇବି
ପାଇବି ଯଦି ମୁଁ ବୁଢୀ ।
କହିଲା ମୋ ମାଆ ବାହା ହୋଇ ଯା
ନକର ବାହାନା ଆଉ
ଶାଶୁ ଘରେ ଝିଅ ସଂସାର ବୁଝନ୍ତି
ବାପ ଘରେ ଯେତେ ଭାଉ ।
ଅତି ଅଲିଅଳି ରାଜଜେମା ପରି
ଗଲା ମୋର ବାଲ୍ୟକାଳ
ବାହା ହେବା ପରେ ତୋତେ ପାଇ ମୁହିଁ
ଭୁଲେ ଦିନ ରାତି ବେଳ ।
ଯାହା ତୁ ଆଣିବୁ ଅମୃତ ଭାବିବୁ
ସୁଖରେ ଯିବ ତୋ ଦିନ
ସ୍ଵର୍ଗ ଅପସରି ମନ କର ନାହିଁ
ଆରେ ମୋ ଅବୁଝା ଧନ ।
