ଝାନ୍ସୀ ରାଣୀ ଲକ୍ଷ୍ମୀବାଇ
ଝାନ୍ସୀ ରାଣୀ ଲକ୍ଷ୍ମୀବାଇ
ଝାନ୍ସୀ ରାଣୀ ଲକ୍ଷ୍ମୀବାଇ
===========
ଝାନ୍ସୀ ରାଣୀ ହେ ଝାନ୍ସୀ ରାଣୀ l
ତୁମେ ଭାରତର ବୀରାରମଣୀ ll
ରଣଚଣ୍ଡୀ ତୁମେ ସାକ୍ଷାତ କାଳି l
ବୁନ୍ଦେଲ ଖଣ୍ଡର ରାଜ ଦୁଲାଳୀ ll
ସନ, ଅଠରଶହ ସେ ସତାବନ l
ହାତେ ଧରି ଢାଲ ଖଡ୍ଗ କୃପାଣ ll
ରଣାଙ୍ଗନେ ତୁମ୍ଭେ ପଡ଼ିଲ ଝାମ୍ପି l
ଝାନ୍ସୀର ମାଟି, ଉଠିଲା, କଂପି ll
ପୃଷ୍ଠେ ବାନ୍ଧି ଦୃଢ଼େ ଶିଶୁ ସନ୍ତାନ l
ଖାତିର ନ କରି ତୋପ କମାଣ ll
ଫିରିଙ୍ଗି ଶାସନ ଗଲା ଦୋହଲି l
ଧନ୍ୟ ଧନ୍ୟ ତୁମେ ଝିଅ ଛବିଲି ll
ଶୁପ୍ତ ପ୍ରାଣେ ଭରିଦେଲ ଵୀରତ୍ଵ l
ନିଆଁ ଲାଗିଗିଲା ସାରା ଭାରତ ll
ଇଂରେଜ ଶାସନ ଗଣେ ପ୍ରମାଦ l
ଆଉ ଚଳିବ ନି ଆମ୍ଭ ପ୍ରମୋଦ ll
ନିଷ୍ଠୁର ଆଦେଶେ ଚଳିଲା ଗୁଳି l
ରଣ ଭୂମୀ ପରେ, ପଡ଼ିଲ ଟଳି ll
ଆହାରେ ଦଇବ ଏଡ଼େ ଦାରୁଣ l
ମନେପଡ଼େ ତବ ମୃତ୍ୟୁ କରୁଣ ll
ତୁମେ ଏ ଜାତିର ଗର୍ବ ଗୌରବ l
ତୁମପରି ଆଉ କିଏ ସେ ହେବ ll
କଥା ତବ, ଆଉ ବାକ୍ୟ ସ୍ଫୁରୁନି l
ଅଗ୍ନିର ସ୍ଫୁଲିଙ୍ଗ, ବୀରା ରମଣୀ ll
ଦେଶ ପ୍ରେମ ତବ ସ୍ଵର୍ଣ୍ଣ ଅକ୍ଷରେ l
ଲେଖାଥିବ ଜାତି ଇତିହାସରେ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
