ଜଗତେ କେବଳ
ଜଗତେ କେବଳ
(1)
ଜଗତେ କେବଳ
କବି ସୂର୍ଯ୍ୟ ବଳଦେବ ରଥ
ରାଗ - ଆଷାଢ ଶୁକ୍ଳ
ଜଗତେ କେବଳ,
ଜନେ ହସିବେ ଏହି ତହୁଁ ଫଳ (ଘୋଷା)
ଜଟିଳ କରି ସ୍କନ୍ଧ ରୋମରାଜି l ଶିଖରିଦରୀରେ ମରୁ ଗରଜି l
କୁଟିଳ କରି ଭୁକୁଟିକୁ ଚାହୁଁ lସରମା କଣ୍ଠିରବା ହେବ କାହୁଁ (1)
ଅଲକତଦ୍ରବ ନୟନେ ବୋଳି l ରସାଳ ଗହଳ ଶାଖାରେ ଖେଳି
କବଳ କରୁ ତା କଳିକଳାପ l କାକ କି କରିବ ପଞ୍ଚମାଳାପ (2)
ବରଜିବ - ରସେ ଦେଇ ମାନସ l ବରଜି ବରଷେ ଅମେଧ୍ୟ ଗ୍ରାସ l
ଦେହେ ମନ୍ଦାକିନୀ ରଜ ଲଗାଇ l ଗ୍ରାମ ଶୂକର କି ହୋଇବ ଗାଈ (3)
ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ l ନିଜ ତୁଣ୍ଡେ ମଣ୍ଡି ଖଣ୍ଡ ମୃଣାଳ l
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକି l ତେବେ ସେ ମରାଳୀ ବୋଲାଇବ କି (4)
ରଞ୍ଜି ନାୟକ ରଙ୍ଗେ ଚୋପଦାର l ଖଞ୍ଜିଲେ ହେଲେ ଚାବୁକ ସବାର l
ଖିଲାଇଲେ ହେଲେ ନାନା ମସଲା l ତୁରଙ୍ଗ ହୁଏ କି ରାସଭ ପିଲା (5)
ବଦରିକା ବନେ ନିତ୍ୟ ନିବାସ l କରି ଆଚରି ବ୍ରତ ଉପବାସ l
ପ୍ରୟନ୍ କଲେହେଁ ନାନା ପ୍ରକାର l ଖଦ୍ୟୋତ ହୋଇବ କି ପ୍ରଭାକର (6)
ଯାହାକୁ ଯାହା କରିଛି ଦଇବ l ତହୁଁ ନିକି ସେ ଅନ୍ୟଥା ହୋଇବ l
ଘେନିଲେ ହେଲେ ଯନ୍ତ୍ରେ କୋଟି ପୁଟ l ପିତ୍ତଳୁଟି କେହି ହେବ ପୁରଟ (7)
ଦେବ ଉପବନେ ହୋଇ ଜନିତା l ସ୍ୱବାସ – ମଦରୁ ଜବସଲତା l
ତୁଳସୀ ତୁଲେ ହେଲେ ମିଶାମିଶି l ତାହାକୁ ଯେବେ ବୋଲିବା ତୁଳସୀ (8)
ସମଝଇ ନାହିଁ ସ୍ୱଜାତି ଭାଷା l କହିଲେ ଯେ ହୁଅଇ ଲୋକହସା l
ଜଡ ମୁଁ ବୋଲି ନ ଜନ୍ମି ନିର୍ବେଦ l ଷଢଦର୍ଶୀ ତୁଲେ କଲେ ବିବାଦ (9)
ଦେହରେ ବାଜିଲେ ପର ନିଃଶ୍ୱାସ l ସମ୍ଭାଳିବାକୁ ନଥାଇ ବିଶ୍ୱାସ l
ନିର୍ଲଜ ଅଭିମାନେ ଡେରି ଛାତି l ହାତୀ ଲଢାଇକି ବାନ୍ଧିଲେ କାତି (10)
କରମରେ ତ ହୋଇଅଛି ଲେଖା l କର ମର୍ଦ୍ଦକ ଯୋଗ୍ୟ ତୋର ଶିଖା l
ହର ମଉଳିଯୋଗ୍ୟ ଚମ୍ପକକୁ l ଭରମରେ ବୃଥା ପଡି ପଡି ଯା ଟା କୁ (11)
ଚାରୁଚନ୍ଦ୍ରୋଦୟା ମଶାଇପାଖେ l ବହ୍ନି ଜାଳିବ ଯେବେ ଦିଶା ମୁଖେ l
ଧାତା ତ କରି ନାହିଁ ତାନୀକାଶ l କିରୂପେ ହେବ ସେପରି ପ୍ରକାଶ (12)
ବୋଳି ହୋଇ ଭୂତି ଧରି ପରାଶୁ l ବଳୀ ବର୍ଦ୍ଦବର ଚରମେ ବସୁ l
ଗଉରୀ ପ୍ରାଣନାଥ ଅନୁଭାବ l ଠଉରି ପାରିବ ନାହିଁ ତା ଲବ (13)
ସରପର୍ପଟି ଯାହାକୁ ମିଳଇ l ସେ ସୁଖେ ତା ଭୋଜନେ ପ୍ରବଳଇ l
ସଢାଇବାକୁ ତା ବଡାଇ ବସି l ଦୁର୍ମତି ଯେବେ ଚୋବାଇବ ଘଷି (14)
ଚିର ଉପବଳୁ କେଉଁ ପୁରୁଷ l ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ l
କରିଷେ ସଞ୍ଚରିବା ନ ସହିବ l କରୀଷକଟେ ଯେବେ ଆରୋହିବ (15)
ଗଙ୍ଗାର ପ୍ରବାହେ ଅଳପ ବୁଡି l ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡି l
ବଳାହିତ ରତ୍ନ ପରି ଦିଶିବ l ବାଳା ପୟୋଧର ହାରେ ମିଶିବ (16)
ସତର ବୟସୀ ସତତ ମନ l କରଇ ଯାହାକୁ ଅନୁଗମନ l
ଛବି ଶୂନ୍ୟ, ଷଣ୍ଢ ବୃଦ୍ଧତା ତୁଲେ l ଅବିବେକବଶୁ ବିବାଦୀ ହେଲେ (17)
ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା l ସଙ୍ଗକୁ ଅଙ୍ଗୀକାର କଲା ସୁନା l
ହୋଇଲି ତବୋଲି କନକ ତୁଲ୍ୟ l ଲୋଡିବ ଯେବେ ତାହା ତୁଲ୍ୟ ମୂଲ୍ୟ (18)
ଗଜପତି କୁମ୍ଭସ୍ଥଳ ବିଦାରି l ସଜ ପଲଳ ଭୁଞ୍ଜିବାରୁ ହରି l
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ l ଜମ୍ବୁକେ ଜଶସ୍ୱୀ ବୋଲିବା ଯେବେ (19)
ମାନୋଦ୍ଧାରଣ ଶରଣ ପଞ୍ଜର lବଘେଇ ବାଦଶା ନୃପ କୁଞ୍ଜର l
ରାଜା ଜଗଦ୍ଦେବ ହରି ଚନ୍ଦନ l ଲଙ୍ଘିଲେ ତାକୁ ନକରି ବନ୍ଦନ (20)
ତାଙ୍କ ସୁଧର୍ମା ତୁଲ୍ୟ ସଭା କବି l ଭଣିଲେ ରାୟଗୁରୁ କବିରବି l
ଶ୍ରବଣ - ସର୍ବାବୟବୀ ମାନବ l ସହସ୍ରାକ୍ଷ ସାମ୍ୟ ଯେବେ ଲୋଡିବ l
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ (21)
