STORYMIRROR

Banabihari Mishra

Classics

2  

Banabihari Mishra

Classics

ଜଗତ ନାଥ

ଜଗତ ନାଥ

1 min
285

ତୁମପାଇଁ ଖଞ୍ଜା ଷାଠିଏ ପଉଟି

        ମୋ ପାଇଁ ନାହିଁ ତ ଖୁଦର କଣା

କେମିତିକା ଇଏ ବିଚାର ତୁମର

        ସେକଥା ପ୍ରଭୁ ହେ ତୁମକୁ ଜଣା

ତୁମେ ତ ପହୁଡ଼ କରୁଛ ସାଆନ୍ତେ

        ରତନ ବେଦୀରେ ଫୁଲ ଶେଯରେ

ମୋ ଭଙ୍ଗା କୁଡିଆ ଆଲୁଅ ହେଉଛି

        ଦିନରେ ସୂରୁଜ ରାତି ଜହ୍ନରେ

ତୁମ ସେବାକାରୀ ପଣ୍ଡା ପଢିଆରୀ

        ଦିନ ରାତି ତୁମପାଇଁ ଖଟନ୍ତି

ଖଟି ଖଟି ମୋର ଦିନ ସରୁନାହିଁ

        ତୁମ ବିନା ସାହା କେହି ନାହାନ୍ତି

ଏତେ ବଡ ବଡ ଚକା ଚକା ଆଖି

         ପଲକ ପଡୁନି ଖାଲି ଚାହିଁଛ

ଦୀନ ଦୁଃଖୀ ଜନ ଆରତେ ଡାକନ୍ତି

         ତାଙ୍କ କଥା ସତେ କି ବା ଶୁଣୁଛ

ଉଡାଉଛ ପରା ଦେଉଳରେ ତୁମେ

         ପତିତପାବନ ନୀଳଚକ୍ରରେ

ସେ ବାନା ମହତ ରଖିବା ପାଇଁକି

         ଦୁଃଖୀ ଦୁଃଖ ଆସି ଶୁଣିଯା ଥରେ

ରତନ କୁଣ୍ଡଳ କାନରେ ପିନ୍ଧିଛ

         ଭକତ ଡାକୁଛି ଶୁଣୁନ କାହିଁ

ସେ କୁଣ୍ଡଳେ ବାଜି ଭକତର ଡାକ

         ଫେରିଆସେ ତୁମେ ଜାଣ କି ନାହିଁ

ବନ୍ଧୁପଣେ କେହି ସରି ତ ନୁହନ୍ତି

         ଯାଜପୁରିଆକୁ ନଦେଲ କିସ

ଯାଜପୁରବାସୀ ହେଲେ ବି ମୋ ପାଇଁ

         କରୁଣା ନକରି କଲ ନିରାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics