Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଜଗତ ଜନନୀ ମା" ଦୁର୍ଗା

ଜଗତ ଜନନୀ ମା" ଦୁର୍ଗା

1 min
148


 

 ଆଶ୍ବିନ ମାସର ନବ ରାତ୍ରି ପର୍ବ 

 ଆହାକି ଆମୋଦମୟ

ଆଗମନ କର ମହାମାୟୀ ତୁମେ ,

ଅବନୀ ର ଭାର କ୍ଷୟ !

କରିବା ପାଇଁକି ପାର୍ବଣ ପର୍ବରେ 

ପୂଜା ପାଅ ଦେବୀ ମତ୍ତୈ 

ଜଗତ ଜନନୀ ଜଗଦମ୍ବା ଦୁର୍ଗା 

ନମଇ ତବ ପୟରେ !

ଭକତି ଭାବରେ , ଅବିରତେ ନିତି 

ଧ୍ୟାଉଛି ତୁମ୍ଭଙ୍କୁ ମାତ 

ଭକତ ବତ୍ସଳା ସୁଦୟା ପ୍ରକାଶି  

ପୂର୍ଣ୍ଣ କର ଅଭିଳାଷ !

କିସ ବା ବର୍ଣିବି କ'ଣ ବା ଲେଖାବି 

ମୁହିଁ ଅତି ଅକିଞ୍ଚନ

କରୁଣା କଣିକା ବିତରି ଅନ୍ତରେ 

କରି ଦିବ୍ଯତା ସିଞ୍ଚନ !

ହରି ନିଅ ମୋର ଯନ୍ତ୍ରଣାର ଭାର 

ଆବେଗ ଓ ଆକୁଳତା 

ବିକଶାଇ ଦିଅ ହୂଦୟରେ ଚିର 

ଶକତି , ଦମ୍ଭ , ଦୂଢତା !

କ୍ଷଣିକ ମାୟାର ସିନା ଏ ସଂସାର  

ମାୟାମୟ ଏଠି ସବୁ

ଭବ ଭଙ୍ଗୁରତା ବିଲୋକି ଅନ୍ତରେ ,

 ଦିବ୍ୟ ଭାବ ମନ ଭାବୁ !

ନାଶି ଦିଅ ସବୁ ଅମା ଅନ୍ଧାର  

ଖେଳାଇ ଦିବ୍ୟ ପ୍ରକାଶ 

ଜୀବନେ ଆନନ୍ଦ ଖେଳିଯାଉ ଆମ 

ହର ମାତ ଦୁଃଖ‐ କ୍ଳେଶ !

ଏହି ଟି ପାର୍ବଣ ପବିତ୍ର ପରବ 

ନବରାତ୍ରି ‐ ଦଶହରା 

ଦୁର୍ଗତି ନାଶିନୀ ଦୁର୍ଗା ‐ତୁମେ ମାତଃ  

କରୁ ତୁମ୍ଭ ଉପାସନା !



Rate this content
Log in