STORYMIRROR

Santosh Kumar Nayak

Abstract Tragedy Others

3  

Santosh Kumar Nayak

Abstract Tragedy Others

ଜଗନ୍ନାଥଙ୍କୁ ଚିଠିଟିଏ

ଜଗନ୍ନାଥଙ୍କୁ ଚିଠିଟିଏ

1 min
27



ଆହେ ଜଗନ୍ନାଥ କାଳିଆ ଠାକୁର

ସାଦରେ ଗ୍ରହଣ କର ନମସ୍କାର ।

ଗୁରୁଜନେ ଦେବ ପ୍ରଣାମ ମୋହର

ଲଘୁଜନେ ଦେବ ସେନେହ ଆଦର ।

ପ୍ରଭୁ ମୁଁ ଏଠାରେ ନାହିଁ ହେ ଭଲରେ

ତୁମେ ଭଲେ ଥିବ ବୋଲି ଆଶାକରେ ।

କରୋନା ଭୟରେ ଆତଙ୍କିତ ଜନ

ପ୍ରତିଦିନ ଯାଏ କେତେ ଯେ ଜୀବନ ।

ଛୁଆଁ ଅଛୁଆଁ ତ ତୁମ ପାଖେ ନାହିଁ

ଛୁଇଁଲେ କରୋନା ବ୍ୟାପୁଅଛି କାହିଁ ?

ଦାଦନ ଫେରୁଛି ଚାଲିଚାଲି ବାଟ

ପାଣି ଟୋପେ ପାଇଁ ବଢାଉନ ହାତ ।

ଭୋକ ବିକଳରେ କାନ୍ଦଇ ଗରିବ

କରିଛି ଅପେକ୍ଷା କେବେ ସେ ମରିବ ।

ମଧ୍ୟବିତ୍ତ କଥା ନ କହିବା ଭଲ

ଲୋକଲଜ୍ଜା ପାଇଁ ହୁଏ କଲବଲ ।

ଧନୀଲୋକ ସବୁ ତୁମ ଗେଲା ପୁଅ

ଖାଆନ୍ତି ପଲାଉ ଲଗାଇଣ ଘିଅ ।

ଡାକ୍ତର ପୋଲିସ ଅବା ଅଧିକାରୀ

ହାଲାତ୍ ଖରାପ କାମ କରିକରି ।

ବୁଝୁନାହିଁ କିଛି ଅବୁଝା ମଣିଷ

ତୁମକୁ ହିଁ ଖାଲି ଦେଉଅଛି ଦୋଷ ।

କେବେ ବାହାରିବ ଟୀକା ଜଣାନାହିଁ

କିଛି ଗୋଟେ କର ଆହେ ଭାବଗ୍ରାହୀ।

ଚିଠି ପାଇ ଚିଠି ଦେବ ଯେ ନିଶ୍ଚୟ

ତୁମ ଦୟା ବଳେ ଦୂର ହେଉ ଭୟ ।

ରହୁଅଛି ପ୍ରଭୁ ଲେଖୁନି ଅଧିକ

ଇତି ତୁମ ଭକ୍ତ ସନ୍ତୋଷ ନାୟକ।


Rate this content
Log in

Similar oriya poem from Abstract