STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ବିନ୍ଧ୍ୟବାସିନୀ ମା'

ବିନ୍ଧ୍ୟବାସିନୀ ମା'

1 min
138

ନଭ, ଅମ୍ଭରୁ ଓଲ୍ଲାଇ

ସତେକି, ବିନ୍ଧ୍ୟା ପର୍ବତେ

ରହିଲୁ ତୁହି,

ଶକ୍ତି ପିଠ ତୋ'ର 

ହେ ଦୁର୍ଗା ମା'

"ଯୋଗମାୟା" ନାମ ବହି।

ଞାନଦାତ୍ରୀ ମା' 

ଅଷ୍ଟଭୂଜା ନାମେ

କାଳୀ ମା' ନାମ ଦେହୀ,

ଭକ୍ତ ପରିକ୍ରମା 

ତ୍ରୀଲୋକନ ମା'

ଦର୍ଶନେ ଚକ୍ଷୁ ଭରି।

ଦେବୀ ତୁମେ ଉଭା

ଚ଼ଳନ୍ତା ନାରୀଟି

ଦର୍ପଣ ପାନିଆ ସିନ୍ଦୁର ନାଇ,

ଶାଢୀ, ଓଢଣୀରେ

ଅପରୂପ ଭେଷେ 

ସତେକି ଆସୁ ତୁ ଚାଲି।

ଶାନ୍ତ ମଞ୍ଜୁଳ ପରିଭେଷ ମୟ

ପବିତ୍ର ଗଙ୍ଗା ତଟ ନିର୍ମଳ

ଧୋଉଛି ସେ ଅବା ପାଦ ତତପର,

କି ସୁନ୍ଦର ସତେ ପ୍ରକୃତ୍ତି ବନ୍ୟରେ

କରୁଛିନ୍ତ ମା'

ସାଂଧ୍ୟ ଭ୍ରମଣ।

ଦୂରୁ ଲମ୍ଭିଥାଏ ଦର୍ଶନ ମାତ୍ର

ସତ ଶକ୍ତି ଭରେ ମନ ଜାଗ୍ରତ

ନିର୍ଭୟ ଆଶୀଷେ ସାର୍ଥକ କରାଉ ସାଧାନା ପିଠ।


Rate this content
Log in

Similar oriya poem from Abstract