ଜଗା ଘାଟିଆ
ଜଗା ଘାଟିଆ
ଘାଟରେ ବସିଛି ଘାଟିଆକୁ ଚାହିଁ
ଘାଟ ହେବି ମୁହିଁ ପାର
ଘଡ ଘଡି ସଙ୍ଗେ ଘନ ଘନ ବର୍ଷା
ଘୋଟି ଆସେ ଅନ୍ଧକାର ॥୦॥
ଚମକେ ବିଜୁଳି ଝକ ମକ କରି
ଚକିତ କରାଏ ମନ
କୁଳ ଭାଙ୍ଗି ଛୁଏଁ ଲହରିର ମାଳ
ତୁହାକୁ ତୁହା ପବନ
ଜଗା ଘାଟିଆରେ ଡାକୁଅଛି ତୋତେ
ଘାଟ ପାରି କର ଧନ ॥୧॥
କାଳ କଟିଗଲା କଳିର କଳୁଷେ
ନପଡିଲ ଦିନେ ମନ
ଦୋଷମୋର ଧରି ଦେବଯେବେ ମାରି
କେ ରଖିବ ମୋର ପ୍ରାଣ
ମାୟାର ସଂସାରୁ ଉଦ୍ଧାରହେ ମୋତେ
କରେ ମୁହିଁ ନିବେଦନ ॥୨॥