STORYMIRROR

Bishwaranjan Tripathy

Abstract Classics Others

3  

Bishwaranjan Tripathy

Abstract Classics Others

ଜଗା ଦର୍ଶନ

ଜଗା ଦର୍ଶନ

1 min
22

ମନେପଡେ ଜଗା ଭାରି ତୋର କଥା

ଏହି ଲକଡାଉନ ରେ

ଯାଇପାରେ ନାହିଁ ଦେଖା କରିବାକୁ ତତେ

ବାନ୍ଧେ କୋଭିଡ ନିୟମ ରେ।।

ବହୁଦିନ ତଳେ ହୋଇଥିଲା ଦେଖା

ମନେପଡୁନାହିଁ ସେଦିନ ରେ

ହଟିଲେ ନିୟମ ଭାବୁଥାଏ ମନେ

ଆଗେ ଯିବି ଶ୍ରୀକ୍ଷେତ୍ର ପୁରୀରେ।।

କରିବି ଦର୍ଶନ,ତୋଷିବି ଏ ମନ

ବେନି ନେତ୍ର ଯୁଗଳରେ

ପାଇବି ତୁଳସୀ, ମନକୁ ହରସି

ଗଡିବି ତୋ ବାଇଶି ପାବଛରେ।।

ଖାଇବି ଅଭଡ଼ା, ଗାଇବି ତୋ ଗୀତ

ବସି ତୋର ଅଗଣାରେ

କାଟିଦେବି ଦିନ ପୁରିଯିବ ମନ

ପାଇଗଲେ ତୋ ଦିବ୍ୟ ଦର୍ଶନରେ।।

ଏତିକି ମାଗୁଣି ତୋର ପାଶେ ଏ ଦାଶର

ନଭୁଲି ମନେ ରଖିଥିବୁରେ

ଅଥୟ ହୁଅଇ ଏ ଚିତ୍ତ ଆଉ ମନ

ଲଭିବାକୁ ଟିକେ ତୋର ଦର୍ଶନ ରେ।।

ସ୍ୱର୍ଗ କେତେ ଦେବା ଦେବୀ ସାଥେ

ମର୍ତ୍ୟ ଚାହିଁଛନ୍ତି ଅଶରୀରୀ କେତେ

ଦେଖିବାକୁ ଟିକେ ତତେ ତୋର ଘୋଷଜାତେ

ସୁଦୟା କରି ଓଲହେଇଆ ତୋର ବଡ ଦାଣ୍ଡେ।।

କେବେ ଏ ନିୟମ ହଟିବ ଯେ ପୁଣି

ଏହା ଖାଲି ତୁହି ଜାଣୁରେ

ବଡଦାଣ୍ଡକୁ ଓଲହେଇ କୋରନା କୁ ପୋଛି

ବସିଯାତୁ ନନ୍ଦିଘୋଷ ରେ।।

ଏହି ରଥଯାତରା ରେ

ତୋ ଭାଇ ଭଉଣୀ ସାଙ୍ଗରେ

ଦେ ତୋ ଦର୍ଶନ ରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract