STORYMIRROR

Smruti sagarika Mohanty

Abstract

2  

Smruti sagarika Mohanty

Abstract

ଜେଜେଙ୍କ ସ୍ମୃତି ରେ ଗାଁ

ଜେଜେଙ୍କ ସ୍ମୃତି ରେ ଗାଁ

1 min
177

ସ୍ମୃତି କେବେ ଅଭୁଲା ହେଇ ରହିଯାଏ ତ କେବେ

ସେଇ ସ୍ମୃତି କୁ ସାଉଁଟିବାକୁ ପୁରା ଜୀବନ ଟା ବିତି ଯାଏ

କିନ୍ତୁ କଣ ପାଇଁ ଜାଣେନି

କବିତା ଟି ମୋର ସ୍ମୃତି ହେଇ ରହିଯାଇଛି


ରାତ୍ରିର ଅନ୍ଧାରରେ ଟିକି ଗାଁ ଟି ସତେକି ଶୋଇପଡେ

ସେ ନିଦରେ ତାର ସବୁଜ ଶୋଭା କୁଆଡେ ହଜି ଯାଏ

ରାତି ପାହି ସକାଳ ହେଲା ବେଳକୁ ଅନ୍ଧାର ଲୁଚି ଲୁଚି ପଳାଏ

କିନ୍ତୁ କଣ ପାଇଁ ଜାଣେନି

ହୁଏତ ଆଲୋକ ର ଡର ତା ମନରେ ରହି ଯାଇଛି

ଅନ୍ଧାର ସହିତ ଚିକ ମିକ କରୁଥିବା ତାରା ଗୁଡିକ ବି ଚାଲି ଯାଆନ୍ତି

ସକାଳର ଆଲୋକରେ ପୃଥିବୀ ହସିହସି

ସୂର୍ଯ୍ୟ ଦେବ ଦେହରେ ଗୋଳା ସିନ୍ଦୁର ବୋଳି

ସତେ ଯେପରି ତାଙ୍କୁ ଆମନ୍ତ୍ରିତ କରି ଆଣନ୍ତି

ଶେଷରେ ସୂର୍ଯ୍ୟ ଦେବ ତାଙ୍କ ଉଜ୍ଜ୍ୱଳ କିରଣ

ପୃଥିବୀର ଚାରିଆଡେ ବିଞ୍ଚି ଦିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract