STORYMIRROR

Smruti sagarika Mohanty

Tragedy

3  

Smruti sagarika Mohanty

Tragedy

ଭବିଷ୍ୟତର ସ୍ୱପ୍ନ

ଭବିଷ୍ୟତର ସ୍ୱପ୍ନ

1 min
441

ସୁନାମୀର ପାଣି ଘେର ଭିତରେ ଜୀବନ ବୁଡି ଗଲା ବେଳେ

କୁଢ଼ କୁଢ଼ ମଢ଼ ଦେଖି

ମନରେ ଭୟ ଉନ୍ମାଚନା ହେଲା ପରେ

ସେଠି ଭବିଷ୍ୟତକୁ ନେଇ କେମିତି ସ୍ବପ୍ନ ଦେଖିବି

ଯେଉଁଠି ପ୍ରତି କ୍ଷଣ ପାଇଁ ଜୀବନ ଉପରେ ଭରସା ନ ଥାଏ

ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିବାକୁ ସୁଯୋଗ କିଏ ଦେଉଛି

ଭୁଲ ବଶତଃ ଯଦି ସ୍ବପ୍ନଟିଏ ଚାଲି ଆସୁଛି

ଖରାପ ସ୍ବପ୍ନ ଭାବି ଭୁଲି ଯାଉଛନ୍ତି

ପ୍ରତି ମୁହୂର୍ତ୍ତରେ ଛୋଟ କନ୍ୟା ଭୃଣଟି ମା ପେଟରେ ଥାଇ ଚିତ୍କାର କରୁଛି

ମା ମୁଁ ବାହାର ଦୁନିଆ ଦେଖିବାକୁ ଚାହେଁ

ମତେ ମାରନି

ମା ତୁମ ମମତାର କର୍ତକର୍ତ୍ତବ୍ୟ ପାଳନ କରି

ମତେ ବାହାରକୁ ନେଇ ଯାଅ

ମତେ ମାରନି.......

କେମିତି ତୁମେ ସହିପାରିବ

ତୁମ ଆଖି ଆଗରେ ମୋର ହତ୍ୟା

ଯେଉଁ ଆଖି ସତ୍ୟର ଖୁଲାସା କରେ

ସେଇ ଆଖି ଆଗରେ କେମିତି ହତ୍ୟା ଦେଖିବ

ଆକୁଳ କଣ୍ଠରେ ନିବେଦନ କରୁଥାଏ

ତୁମ ଉତ୍ତର ଦାୟଦାର ଭାଗୀ ହେବାକୁ ଚାହୁଁନି

ସୁନ୍ଦର ସୃଷ୍ଟିକୁ ଉପଭୋଗ କରିବାକୁ ଚାହେଁ

ଉପାୟ ଶୂନ୍ୟ ହେଇ ଅନୁରୋଧ କରୁଥାଏ

ତୁମକୁ ଯୌତୁକର ଭାର ଦେଇ ଭଲ ସ୍ତ୍ରୀଟିଏ ନ ହେଇ ପାରିଲେ

ବାପାଙ୍କର ଆଉ ତୁମର ଭଲ ଝିଅଟିଏ ହେବାକୁ ଚେଷ୍ଟା କରିବି

ମା ତୁମେ ଖାଲି ନାରୀର ସାହାସିକତା ଦେଖେଇ

ଦୁନିଆ ସହିତ ଲଢ଼ି

ମୋତେ ଦୁନିଆ ଦେଖିବାକୁ ଦିଅ ମା

ମୋତେ ମାରନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy