STORYMIRROR

Smruti sagarika Mohanty

Tragedy

3  

Smruti sagarika Mohanty

Tragedy

ଅଫେରା ଅତୀତ

ଅଫେରା ଅତୀତ

1 min
184

    କାଇଁ ତୁମେ ଝାସ ଦେଇଦେଲ

         ଅକାତ ପାଣିର ଡଅଁର ଭିତରେ

         ଆଜିବି ତୁମକୁ ଏ ମନ ଖୋଜୁଥାଏ......

         ଆକାଶରେ ଭାସିଯାଉଥିବା

         ମେଘୁଆ ବାଦଲରେ...........

          କାଳେ ତୁମେ ବାଷ୍ପ ହେଇ

        ଉଡିଯାଇଛ କି ଭସା ବାଦଲକୁ

         ଆଉ ଫେରିଆସିପାରୁନ...........

          କିନ୍ତୁ ମୁଁ............................

         ମନେ ମନେ ସେ ବାଦଲରେ।

         ତୁମ ଆଖି ନାକ କାନ ଆଙ୍କି

         ଇନ୍ଦ୍ରଧନୁରେ ସାତ ରଙ୍ଗର ବସ୍ତ୍ର ପିନ୍ଧେଇ

         ଭସା ବାଦଲରେ ତୁମକୁ

         ଭାବନାର ରୂପ ଦେଇ........

         ମନେ ମନେ ଭାବୁଥାଏ

         ସେ ଦିନର ମୁହୂର୍ତ୍ତ ସବୁକୁ

         ବଡ ହେବା ନିଶାରେ...........

         ଜାଣିଶୁଣି ଆଉ ହଜେଇ ଦେଲିନି ତ.....

         କିନ୍ତୁ ବୟସ ତ ପଞ୍ଜୁରୀର ଦାସ

         ପଞ୍ଜୁରୀ ଖୋଲିଦେଲେ ଫର କରି ଉଡିଯାଏ

         ଆଉ ତ ଫେରେନା ନା........

         ତୁମେ କେମିତି ଫେରିବ ଯେ.......

         ତୁମେ କେବଳ ମୋ ଭାବନାରେ

          ଅଫେରା ଅତୀତ ......

    

         

        

        

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy