STORYMIRROR

Smruti sagarika Mohanty

Others

3  

Smruti sagarika Mohanty

Others

ନିଷ୍ପତ୍ତି

ନିଷ୍ପତ୍ତି

1 min
114

ସମୟ ସୁଅରେ

ଦିନ ଆଉ ରାତି

ପାଣି ପରି ବହିଯାଏ

ମନ ଆକାଶରେ ସ୍ମୃତି ଉଙ୍କି ମାରୁଥାଏ

କେତେବେଳେ ଲୁହ ଧାରା ହେଇ ଝରେ ତ

କେତେବେଳେ ହସର ହୃଦୟ ସାଗର

ଆଧୁନିକ ଯୁଗେ ସବୁତ ଇଂରାଜୀ

ବିଦେଶୀ ଜିତୁଛି ନିଜ ଦେଶେ ବାଜି

ଜୀବନର ନିଷ୍ପତ୍ତି ନେଲା ଭିତରେ

ମୁଁ ହଜି ଯାଇଛି ମୋ ଭାଷା ଭିତରେ

ଯେଉଁ ଭାଷାର ପାଦର ପାଉଁଜି

ମୋତେ ଭାବନା ରାଜ୍ୟକୁ ଆକର୍ଷିତ କରେ

ଇଂରାଜୀ ତ ପ୍ରତି ମୁହୂର୍ତ୍ତରେ କନ୍ଦାଏ

କିନ୍ତୁ ମୋ ଭାଷା କାନ୍ଦ କଣ ଜାଣେନି

ଇଂରାଜୀ ରେ ହୁଏ ତ କିଏ ଜୀବନ ସାରା ବିଫଳ ହେଇ ପାରେ

କିନ୍ତୁ

ମୋ ଭାଷା ରେ ତ କେହି ନୁହେଁ ନା...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍