STORYMIRROR

Smruti sagarika Mohanty

Others

3  

Smruti sagarika Mohanty

Others

ତୁମ ସହ

ତୁମ ସହ

1 min
278

ସମୟ ସ୍ରୋତରେ ଦିନ ଆଉ ରାତି

ପାଣି ପରି ବହିଯାଏ

କିନ୍ତୁ ତୁମ ସ୍ମୃତି ଆକାଶର

ତାରା ପୁଞ୍ଜ ପରି ଚମକୁ ଥାଏ

ଆଉ.......

ସେ ଦିନର ମୁହୂର୍ତ୍ତ

ପାଉଁଶ ତଳର ନିଆଁ ପରି କୁହୁଳି କୁହୁଳି

ମତେ ଜାଳିପକାଏ

ଇଛା ହୁଏ ପୁଣି ଫେରିଆସନ୍ତି

ସେ ଦିନକୁ......

ଯେଉଁ ମୁହୂର୍ତ୍ତରେ ଆମେ ଦୁହେଁ

ଆଉ କାହା ପାଇଁ ପ୍ରେରଣା ସାଜିଥିଲେ

ଆମ ବନ୍ଧୁତ୍ୱକୁ ନେଇ.....

ଆଉ ପୁଣି ସେଇ ମୁହୂର୍ତ୍ତ

ମନ୍ଦିର ଦ୍ୱାର ଦେଶରେ ତୁମକୁ

ଜନ୍ମ ଦିନର ବଧାଇ ଜଣାଇ

ଦୁହେଁ ମିଶି ଭିକ୍ଷା କରୁଥିଲେ

ଆମ ବନ୍ଧୁତ୍ୱର ପରମାୟୁ

ଆଉ ପୁଣି ତୁମ ସହ ପାଦ ମିଶେଇ

କାଟିଥିଲି

ଜୀବନର ଅନ୍ତରଙ୍ଗ ମୁହୂର୍ତ୍ତ ।


Rate this content
Log in