STORYMIRROR

Smruti sagarika Mohanty

Romance

3  

Smruti sagarika Mohanty

Romance

ପ୍ରେମରେ ପଡିଲା ପରେ

ପ୍ରେମରେ ପଡିଲା ପରେ

1 min
365

ଇଛା ନ ଥାଇବି

ନିଜକୁ ଫିଙ୍ଗି ଚାଲିଥିଲି ପ୍ରଶ୍ନ ବାଣ

ମୁଁ ପ୍ରେମ କରି ଠିକ କଲି ନା ଭୁଲ

ଗୁଡ଼ାଏ ପ୍ରଶ୍ନବାଚୀ ଚିହ୍ନ ଭିତରେ

ମୁଁ ଛନ୍ଦି ହେଇ.....

ଶ୍ୱାସ ରୁଦ୍ଧ ହେଇ ଯାଉଥିଲି

ଶେଷରେ ଓଠରେ ପାଣି ଫୋଟକା ପରି ହସ ଭରି

ମନକୁ ବୁଝେବାକୁ ଚେଷ୍ଟା କଲି

ତୁ ପରା ତୋ ଜୀବନ ସାଥି ପାଇଚୁ

ହେଲେ ମନ ତ ଅବୁଝା ନା......

ପୁଣି ପ୍ରଶ୍ନ କରି ଚାଲିଲା

ଯେଉଁ ପ୍ରେମ ସମାଜ ଆଖିରେ କଳଙ୍କ ସାଜିଛି

ସେ ପ୍ରେମର ଭାଷା ପ୍ରେମିକ ବୁଝି ନ ପାରି

ପ୍ରେମର ଫଗୁଣକୁ ସାଥିରେ ନେଇ

ଯଦି ଏକା କରି ଚାଲି ଯାଏ

କଣ ମୁଁ ସେ କଳଙ୍କକୁ ମୁଣ୍ଡରେ ଲଦି

ଏକା ଏକା ଚାଲି ପାରିବି..........

ପୁଣି ବାସ୍ତବତାର ପ୍ରଶ୍ନବାଚୀ ହୃଦୟ କୋଣରେ

କମ୍ପନ ସୃଷ୍ଟି କରି

ଜୀବନକୁ ପ୍ରଶ୍ନ କରେ......

ତୁ କଣ ସତରେ ଖୁସି

ତୋ ପ୍ରେମକୁ ପାଇ.........

ଓଠ କିନ୍ତୁ ନିରବ ରହି ଖୋଜୁଥିଲା ଉତ୍ତର

କି ଉତ୍ତର ଦେଇ ବୁଝେଇବି ଏମାନଙ୍କୁ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance